ବିଦ୍ୟୁତ୍ ଖୁଣ୍ଟ ସଂସ୍ପର୍ଶରେ ଆସି ଦୁଇ ଯୁବକଙ୍କ ମୃତ୍ୟୁ, ଦୁଇ ଗୁରୁତର

Published By : Prameya-News7 Bureau | August 30, 2019 IST

ଜି.ଉଦୟଗିରି ୩୦|୮: ବିଦ୍ୟୁତ୍ ଖୁଣ୍ଟ ସଂସ୍ପର୍ଶରେ ଆସି ୨ ଯୁବକଙ୍କର ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ଥାନା କାଲିଙ୍ଗିବାଡି ଗାଁରେ ଘଟିଛି ଏଭଳି ଅଭାବନୀୟ ଅଘଟଣ । ଗାଧୋଇବାକୁ ଯାଉଥିବା ବେଳେ ବିଲ ପାଖ ବିଦ୍ୟୁତ୍ ଖୁଣ୍ଟ ସଂସ୍ପର୍ଶରେ ଆସିଥିଲେ ଉଭୟ ଯୁବକ ।

{"id":150929}

ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ୨ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ୨ ଯୁବକଙ୍କୁ ଦାରିଙ୍ଗିବାଡି ମେଡିକାଲରେ ଭର୍ତ୍ତି କରାଯାଇଛି । ୨ ମୃତକ ହେଲେ ରଞ୍ଜନ ପ୍ରଧାନ ଓ ଲିକୁ ପ୍ରଧାନ । ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ଦାରିଙ୍ଗିବାଡି ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.