ପୋଖରୀରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର, ବାଇକ୍ ସହ ଖସିପଡିଥିଲେ ପୋଖରୀକୁ

Published By : Prameya-News7 Bureau | March 06, 2020 IST

ଯାଜପୁର ୬।୩: ଜାତୀୟ ରାଜପଥ ୨ର ମନଟ ଛକ ନିକଟ ଏକ ପୋଖରୀରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଖରୀ ଭିତରୁ ଏକ ବାଇକ୍ ଜବତ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଟାଉନ ବରୁହାଁ ୨୦ ନଂ ଜାତୀୟ ରାଜପଥ ରାସ୍ତାର କବୀରପୁରଠାରେ ।

{"id":233845,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଏକ ପଲସର ବାଇକ୍‌ରେ ଯିବାବେଳେ ଗାଡି ସହ ପ୍ରାୟ ୩୦ ଫୁଟ୍‌ ଗଭୀର ଏକ ପୋଖରୀକୁ ଖସିପଡ଼ିଥିଲେ । ରାତି ହୋଇଥିବା ଯୋଗୁଁ ଅନ୍ୟ ଯାତ୍ରୀ କିମ୍ବା ସ୍ଥାନୀୟ ଲୋକେ ଦେଖିପାରିନଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ପୋଖରୀରେ ଏକ ହେଲମେଟ୍ ଏବଂ ପୋଖରୀ କୂଳରେ ଏକ ବାଇକ୍‌ ପଡ଼ିଥିବା ଦେଖିଥିଲେ । ଦୁଇ ମୃତକ ହେଉଛନ୍ତି ଅଭିଜିତ ଉପାଧ୍ୟାୟ (୨୧) ଓ ସୁଶୀଲ ରାୟ (୨୫) ।

ପରେ ଏନେଇ ସଦର ଥାନାକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଗ୍ରାମବାସୀଙ୍କ ଖୋଜାଖୋଜି ବେଳେ ପୋଖରୀରୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.