କୁହୁଡି ଛକରେ ଗଛରେ ପିଟିହେଲା ବାଇକ୍ ; ଆସ୍କା ଅଞ୍ଚଳର ଦୁଇ ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | February 05, 2019 IST

ଖୋର୍ଦ୍ଧା ୫|୧: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ଛକରେ ସଡକ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏନଏଚ ୧୬ରେ ସଡକ ଦୁର୍ଘଟଣା ଘଟିଛି । ମୃତକ ଦୁଇ ଜଣ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ବୋଲି ଜଣାପଡିଛି । ଆସ୍କା ଅଞ୍ଚଳର ଦୁଇ ଜଣ ଯୁବକ ଭୁବନେଶ୍ଵରରୁ ବାଇକ୍ ଯୋଗେ ଫେରୁଥିବାବେଳେ କୁହୁଡି ଛକ ନିକଟରେ ଭାରସାମ୍ୟ ହରାଇ ଏକ ଗଛ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ଆସ୍କା ନିକଟସ୍ଥ ବରଗାଁର ଭୋଳା ନାହାକ ଓ ଦାମୋଦରପଲ୍ଲୀ ଗାଁର ବି. ବିଭୁ ରେଡ୍ଡି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.