ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ ; ଦୁଇ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | February 15, 2019 IST

ମୋହନା ୧୫|୨:  ଗଜପତି ଜିଲ୍ଲା ମୋହନା ଥାନା ନିଯୁମା ଗାଁ ନିକଟସ୍ଥ ଘାଟିରେ ବାଇକ୍ ଦୁର୍ଘଟଣା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।  ବିଳମ୍ବିତ ରାତିରେ ୨ ଜଣ ଏକ ବାଇକରେ ନିଯୁମା ଗାଁ ଦେଇ ମୋହନା ଆସୁଥିଲେ । ଏହି ସମୟରେ ପାହାଡିଆ ବୁଲାଣି ଘାଟିରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯିବାରୁ ବାଇକ୍ ସହ ୨ ଜଣ ଯୁବକ ପ୍ରାୟ ୩୦ ଫୁଟ ତଳକୁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ଗାଁ ଲୋକେ ପହଞ୍ଚି ଦେଖିଲା ବେଳେକୁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା  । ଏ ନେଇ ଗାଁ ଲୋକେ ଖବର ଦେବା ପରେ ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ୨ ଯୁବକଙ୍କ ମୃତଦେହ  ଜବତ କରିଛି । ହେଲେ ମୃତକଙ୍କ ପରିଚୟ ମିଳିନଥିବା ବେଳେ ଅଧିକ ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.