Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ମୋବାଇଲ୍ ପାଇଁ e-kart ଡେଲିଭରି ବୟଙ୍କୁ ହତ୍ୟା ଉଦ୍ୟମ

17/10/2020 at 5:14 PM

ଭୋଗରାଇ ୧୭।୧୦: ମୋବାଇଲ ପାଇଁ e-kart ଡେଲିଭରି ବୟଙ୍କୁ ହତ୍ୟା ଉଦ୍ୟମ । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବହାର୍ଦା ଗ୍ରାମର ପଦ୍ମ ପୋଖରୀ ନିକଟରେ ।

ସୂଚନାଯୋଗ୍ୟ ଯେ, ନିର୍ମାଲ୍ୟ ଦାସ ଯିଏ e-kartର ଡେଲିଭରି ବୟ ଭାବେ କାମ କରନ୍ତି । କମର୍ଦା ଥାନା ଅନ୍ତର୍ଗତ ବହାର୍ଦା ଗ୍ରାମକୁ ଏକ ୩୪ହଜାର ଟଙ୍କାର ମୋବାଇଲ ଡେଲିଭରି ପାଇଁ ଯାଇଥଲେ । ମାତ୍ର ଅର୍ଡର ମଗାଇ ଥିବା ଯୁବକ ମୋବାଇଲ ନେବାପରେ ତାଙ୍କ ସହଯୋଗୀ ପଛପଟୁ ଆକ୍ରମଣ କରିଥିଲେ ଏବଂ ବେଲ୍ଟରେ ବେକକୁ ବାନ୍ଧି ନିକଟରେ ଥିବା ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ ।

ଏସବୁ ଘଟଣାକୁ ଜଣେ ସ୍ଥାନୀୟ ବାସିନ୍ଦା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ଦୁଇ ଯୁବକଙ୍କୁ ଅଟକ ରଖିଥିବା ବେଳେ ନିର୍ମାଲ୍ୟଙ୍କୁ ଉଦ୍ଧାର କରି ଜଳେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ କମର୍ଦା ପୋଲିସ ପହଁଚି ଅଧିକ ତଦନ୍ତ କରୁଛି ।

   Related Posts