ଦୁଇ ଯୁବକଙ୍କ ଉନ୍ମତକାଣ୍ଡ : ଛିନ୍ତାଇ ଉଦ୍ଦେଶ୍ୟରେ ବ୍ଲେଡ୍ରେ ଆକ୍ରମଣ
10/02/2019 at 10:40 AM

ବାଲେଶ୍ବର ୧୦|୨: ବାଲେଶ୍ବର ଚନ୍ଦନେଶ୍ବର ୫୭ ନମ୍ବର ରାଜ୍ୟ ରାଜପଥର ଆମ୍ବଳିଆରେ ଉନ୍ମତ କାଣ୍ଡ ଘଟାଇଛନ୍ତି ଦୁଇ ଜଣ ଯୁବକ । ଛିନତାଇ ଉଦ୍ଦେଶ୍ୟରେ ବ୍ଲେଡରେ ଆକ୍ରମଣ କରିଛନ୍ତି । କିଛି ଲୋକ ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଦୁଇ ଯୁବକ ଏପରି କାଣ୍ଡ ଘଟାଇଛନ୍ତି । ଆକ୍ରମଣକାରୀ ଯୁବକଙ୍କୁ କାବୁ କରି ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ । ଘଟଣାସ୍ଥଳରେ ପହଞ୍ଚି ୨ ଯୁବକଙ୍କୁ ଉଦ୍ଧାର କଲା ଜଳେଶ୍ବର ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ବାଇକ୍ ଜବତ କରାଯାଇଛି । ଏହି ଦୁଇ ଅଭିଯୁକ୍ତ ରାଜନେତାଙ୍କ ସହ ସଂପର୍କ ଥିବା କହି ଧମକ ଚମକ ଦିଅନ୍ତି । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ମଧ୍ୟ ଜଣାପଡିଛି ।
Related Posts
ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
20 January 2021
ଟାଇଲ୍ ବୋହିବା ବେଳେ ଚାପି ହୋଇଗଲେ ଶ୍ରମିକ : ଜଣେ ମୃତ, ଦୁଇ ଗୁରୁତର
20 January 2021