ମହିଳାଙ୍କୁ ଗୋଡବାନ୍ଧି ଘୋଷାରି ନେଇ ନିସ୍ତୁକ ପିଟିଲେ ଟିଏମସି କର୍ମୀ, ଭିଡିଓ ଭାଇରାଲ ହେବା ପରେ ପଞ୍ଚାୟତ ନେତା Suspend
3/02/2020 at 7:28 PM

ଗଙ୍ଗାରାମପୁର ୩।୨: ପଶ୍ଚିମବଙ୍ଗରେ ତୃଣମୂଳ ଶାସନ କିପରି ଚାଲିଛି ତାର ଏକ ନମୁନା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣା ଚର୍ଚ୍ଚାକୁ ଆସିବା ପରେ କୋଲକାତା ହାଇକୋର୍ଟ ମାମଲାରେ ରିପୋର୍ଟ ତଲବ କରିଥିବା ବେଳେ ତୃଣମୂଳ ଜିଲ୍ଲା କାର୍ଯ୍ୟକର୍ତ୍ତା କାର୍ଯ୍ୟାନୁଷ୍ଠାନ କରିଥିବା କହିଛନ୍ତି। ଏଥିରେ ଜଣେ ପ଼ଞ୍ଚାୟତ ନେତା ନିଲମ୍ବିତ ହୋଇଥିବା ଜଣାପଡିଛି। ପୀଡିତାମାନେ ମାମଲାରେ ପୋଲିସରେ ବି ଅଭିଯୋଗ କରିଛନ୍ତି।
@ZeeNewsHindi#In Mamata's west bengal,mamata's supporters are betting a female teacher for supporting the bjp party!
— S KUMAR (@SKUMAR96646486) February 2, 2020
West bengal has become the literal tomb of democracy.
We hate this govt. pic.twitter.com/EhlVjy19BR
ଭାଇରାଲ ହେଉଥିବା ଭିଡିଓଟି ପଶ୍ଟିମବଙ୍ଗ ଦିନାଜପୁର ଦିଲ୍ଲା ଗଙ୍ଗାରାମପୁର ଗାଁର। ତୃଣମୂଳ କଂଗ୍ରେସ ପଞ୍ଚାୟତ ନେତା ଅମଲ ସରକାରଙ୍କ ଉପସ୍ଥିତିରେ କର୍ମୀମାନେ ୨ ଜଣ ମହିଳାଙ୍କୁ ଗୋଡରେ ରଶି ବାନ୍ଧି ଘୋଷାଡି ଘୋଷାଡି ନେଇ ନିସ୍ତୁକ ମାଡ ମାରୁଥିବା ଦେଖାଯାଇଛି। ତେବେ ମହିଳା ୨ ଜଣ ଭଉଣୀ ବୋଲି ଜଣାପଡିଛି। ସେମାନେ ହେଲେ ସ୍ମୃତିକୋନା ଦାସ ଓ ସୋମା ଦାସ। ସ୍ମୃତି ସ୍ଥାନୀୟ ଏକ ପ୍ରଇମେରୀ ସ୍କୁଲରେ ଶିକ୍ଷକତା କରୁଛନ୍ତି। ତେବେ ସେମାନଙ୍କର ଭୁଲ ହେଲା ପଞ୍ଚାୟତ ସଡକ ଲାଗି ନିଜ ଡିହରୁ ଜମି ଦେବାକୁ ପ୍ରତିଶ୍ରୁତି ଦେବା।
A primary school teacher has registered a police complaint against five people who allegedly assaulted her after she protested their bid to acquire her land forcibly for construction of a road in West Bengal's South Dinajpur district. pic.twitter.com/0b6SNN0ynd
— Satya Tiwari (@SatyaTi50606386) February 3, 2020
ପଞ୍ଚାୟତ ପକ୍ଷରୁ ସ୍ମୃତି ଓ ସୋମାଙ୍କ ଘର ସମ୍ମୁଖ ରାସ୍ତାର ଉନ୍ନତିକରଣ ହେବ ବୋଲି କୁହାଯାଇଥିଲା। ଏଥିରେ ରାସ୍ତା ଟିକେ ଚୌଡା ହେବ ଏଣୁ ଦରକାର ପଡିଲେ ମାଗଣାରେ କିଛି ଜମି ଛାଡିବାକୁ ପଡିବ ବୋଲି କୁହାଯାଇଥିଲା। ଏଥିରେ ସେମାନେ ସହମତ ଥିଲେ। ତେବେ ପ୍ରଥମେ ଏହା ଏକ ୧୨ ଫୁଟିଆ ରାସ୍ତା ହେବ ବୋଲି କୁହାଯାଉଥିବା ବେଳେ କାମ ବେଳକୁ ୨୪ ଫୁଟ ରାସ୍ତା ଲାଗି ଜମି ଅଧିଗ୍ରହଣ କରାଯାଇଥିଲା। ଏଥିଯୋଗୁ ସୋମା ଓ ସ୍ମୃତିଙ୍କ ଡିହରୁ ଅଧିକ ଜମି ଯାଉଥିବାରୁ ମାଗଣାରେ ଏତେ ଜମି ଦେବାକୁ ସେମାନେ ରାଜି ହୋଇନଥିଲେ। ତେବେ ଜୋର ଜବରଦସ୍ତ କରାଯାଉଥିବା କାମକୁ ସେମାନେ ବନ୍ଦ କରିଥିଲେ।

ଏଥିରେ ଉତକ୍ଷିପ୍ତ ହୋଇ ଟିଏମସି କର୍ମୀମାନେ ସେମାନଙ୍କୁ ମାରପିଟ କରିବା ସହ ଗୋଡକୁ ରଶିରେ ବାନ୍ଧି ଘୋଷାରି ଘୋଷାରି ନେଇ ଦୂରରେ ଫିଙ୍ଗି ଦେଇଥିଲେ। ଏ ନେଇ ସ୍ମୃତି ଓ ସୋମା ସ୍ଥାନୀୟ ପୋଲିସରେ ଅଭିଯୋଗ ବି କରିଛନ୍ତି। ସେମାନଙ୍କ ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ମିଳିନଥିବା ବେଳେ ଘଟଣା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରୁ କୋଲକାତା ହାଇକୋର୍ଟ ମାମଲାରେ ସୋମୋଟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ କୋର୍ଟଙ୍କ ଦଖଲ ଜଣାପଡିବା ପରେ ତୃଣମୂଳ ନରମି ଯାଇଛି। ଦିନାଜପୁର ଜିଲ୍ଲା ଟିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ କରାଯାଇଥିବା କୁହାଯାଇଛି। ଏଥିରେ ଜିଲ୍ଲା ଟିଏମସି ନେତ୍ରୀ ଅର୍ପିତା ଘୋଷ ପଞ୍ଚାୟତ ନେତା ଅମଲ ସରକାରଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା କହିଛନ୍ତି।