ଯୁବକଙ୍କୁ ଛୁରି ଭୂଷି ହତ୍ୟା କଲେ ୨ ଯୁବତୀ, ଉତ୍ତରପ୍ରଦେଶ ମଉରେ ଚାଞ୍ଚଲ୍ୟ

Published By : Prameya-News7 Bureau | October 24, 2019 IST

ମଉ:  ଯୁପି ମଉ ଜିଲ୍ଲାରେ ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ୨ ଜଣ ଯୁବତୀ ମିସି ଜଣେ ଯୁବକକୁ ଛୁରି ଭୂଷି ହତ୍ୟା କରିଛନ୍ତି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ପହଞ୍ଚାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାରେ ପୋଲିସ ଏକ ମୋକଦ୍ଦମା ରୁଜୁ କରି ଏବେ ଯୁବତୀମାନଙ୍କର ଅନୁସନ୍ଧାନ କରୁଛି। ତେବେ ଯୁବତୀ ୨ ଜଣ କିଏ ଓ କାହିଁକି ଯୁବକଙ୍କୁ ହତ୍ୟା କଲେ ସେ ନେଇ କିଛି ସୁରାଗ ମିଳିପାରୁନି।

ମୃତ ଯୁବକ ହଳଧରପୁର ଥାନା ଅନ୍ତର୍ଗତ ମଝୌଲୀ ଗାଁର ଅଶୋକ ବୋଲି ଜଣାପଡିଛି।  ଥଲଇପୁର ନହର ନିକଟରେ ଯୁବତୀ ୨ ଜଣ ଅଶୋକଙ୍କୁ ଛୁରି ଭୂଷି ହତ୍ୟା କରିଥିଲେ। କୁହାଯାଉଛି ଯୁବତୀ ୨ ଜଣ ଗାଁରେ ଅଶୋକଙ୍କୁ ଖୋଜି ତାଙ୍କ ଘରକୁ ଯାଇଥିଲେ। ତେବେ ସେତେବେଳେ ଅଶୋକ ଘରେ ନଥିଲା। ଏଣୁ ସେମାନେ ଫେରିଯାଉଥିବା ବେଳେ ନହର ନିକଟରେ ଅଶୋକ ସହ ସେମାନଙ୍କର ଦେଖା ହୋଇଥିଲା। ଅଶୋକ ସହ କଥାବାର୍ତ୍ତା ହେବା ପରେ ଅଚାନକ ଛୁରି କାଢି ଭୂଷି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.