ଭୁବନେଶ୍ବର: ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖି ଫସିଗଲେ ଯୁବ ଇଞ୍ଜିନିୟର, ଘଣ୍ଟାକରେ ଆକାଉଣ୍ଟରୁ ଗାୟବ ହୋଇଗଲା ଟଙ୍କା

Published By : Prameya-News7 Bureau | January 08, 2021 IST

ଭୁବନେଶ୍ବର୮/୧: ୨ ଜଣ ଯୁବ ଇଞ୍ଜିନିୟର ସାଇବର ଠକେଇର ଶିକାର ହୋଇଛନ୍ତି। ପ୍ରଥମେ ଫେକ୍ କଲ ଆସିଲା। କିଛି ଘଣ୍ଟା ମଧ୍ୟରେ ଆକାଉଣ୍ଟରୁ ୯୨ ହଜାର ଟଙ୍କା କୁଆଡେ ଗାୟବ ହୋଇଗଲା। ଏହି ଘଟଣା କୌଣସି ଗ୍ରାମାଞ୍ଚଳରେ ଘଟି ନାହିଁ। ଖୋଦ୍ ରାଜଧାନୀରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏ ନେଇ ଠକାମୀର  ଶିକାର ହୋଇଥିବା ୨ ଜଣ ଯୁବକ ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଛନ୍ତି। ଗୁଗଲ୍‌ରେ କଲଗାର୍ଲଙ୍କ ବିଭିନ୍ନ ଓ୍ବେବ୍ ସାଇଟ୍ ରହିଛି। ଶୁଣନ୍ତୁ କିପରି ଆସୁଛି ଫେକ୍ କଲ....

wp:html /wp:html

ପ୍ରଥମେ ନାଁ ପଞ୍ଜିକୃତ ବା ରେଜିଷ୍ଟ୍ରନ କରିବାକୁ ଫୋନ୍ କଲ ଆସୁଛି। ଓ୍ବେବ୍ ସାଇଟ୍‌ରେ ଦିଆଯାଇଥିବା କ୍ରମାନୁଯାୟୀ ଫର୍ମ ପୂରଣ ପାଇଁ ବିକଳ୍ପ ରହିଛି। ଏହି ଓ୍ବେବ୍‌ ସାଇଟ୍ ଜରିଆରେ ସେମାନେ ଯୁବତୀ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେବେ। ଏଥିସହ ବିଭିନ୍ନ ଆଳରେ ଗ୍ରାହକଙ୍କୁ ପରିଚୟ ପତ୍ର ମାଗୁଛନ୍ତି। ଏପରି କି ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖାଇ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଅନଲାଇନ୍‌ ଟ୍ରାଂଜାକ୍ସନ କରୁଛନ୍ତି ତେବେ ତାହାର ସୁଯୋଗ ନେଇ ଆକାଉଣ୍ଟରୁ ଟଙ୍କା ଗାୟବ କରି ନେଉଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.