ଦୁଇ ଛୋଟ ପିଲାଙ୍କ କମାଲ, ଲକ୍‌ଡାଉନ୍‌ରେ ୨୧୦୦ ପୃଷ୍ଠାରେ ଲେଖି ଦେଲେ ପୂରା ରାମାୟଣ

Published By : Prameya-News7 Bureau | January 10, 2021 IST

ଜୟପୁର ୧୦।୦୧: କରୋନା ଲକ୍‌ଡାଉନ୍‌ ସମୟରେ ଯେଉଁଠି ଲୋକଙ୍କୁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡିଛି ସେହି ସମୟରେ କିଛି ଲୋକ କରୋନା ଲକ୍‌ଡାଉନ୍‌କୁ ସ୍ମରଣୀୟ କରିବା ପାଇଁ ଅନେକ ପ୍ରକାରର ଅଭିନବ କାମ କରିଛନ୍ତି। ଅନେକ ଲୋକ ଏହି ବିପତ୍ତିକୁ ସୁଯୋଗରେ ପରିଣତ କରିଛନ୍ତି। ଏମିତି କିଛି କରି ଦେଖାଇଛନ୍ତି ରାଜସ୍ଥାନର ଜାଲୋର ଜିଲ୍ଲାର ଦୁଇ ଛୋଟ ପିଲା। ଦୁଇ ଭାଇ-ଭଉଣୀ ଲକ୍‌ଡାଉନ୍‌ରେ ପୂରା ରାମାୟଣର କାହାଣୀକୁ ନିଜ କଲମରେ ଲେଖିଛନ୍ତି। ରାମାୟଣର ଅଲଗା ଅଲଗା ଖଣ୍ଡକୁ ୨୦ଟି ବହି କରି ପ୍ରାୟ ୨୧୦୦ ପୃଷ୍ଠାରେ ଲେଖିଛନ୍ତି।

ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କ ନାମ ମାଧବ ଯୋଶୀ ଏବଂ ଚତୁର୍ଥ ଶ୍ରେଣୀରେ ପଢୁଥିବା  ଛାତ୍ରୀଙ୍କ ନାଁ ଅର୍ଚ୍ଚନା। ଲକ୍‌ଡାଉନ୍‌ ସମୟରେ ଯେବେ ଦୂରଦର୍ଶନରେ ପ୍ରସାରିତ ରାମାୟଣକୁ ଲୋକେ ଦେଖୁଥିଲେ ଓ ବହୁତ ପସନ୍ଦ କରୁଥିଲେ, ସେହି ସମୟରେ ଦୁଇ ଭାଇ-ଭଉଣୀଙ୍କ ମନରେ କଲମରେ ପୂରା ରାମାୟଣ ଲେଖିବା କଥା ଆସିଥିଲା। ଏହା ପରେ ପୂରା ମନରୁ ରାମାୟଣ ଲେଖିବାକୁ ଚିନ୍ତା କରିଥିଲେ।

ଭାଇ-ଭଉଣୀ ସାତଟି ଭାଗରେ ଏହା ପୂରା କରିଛନ୍ତି। ସୂଚନାଯୋଗ୍ୟ, ଶ୍ରୀ ରାମଚରିତମାନସ ବାଲ କାଣ୍ଡ, ଅଯୋଧ୍ୟା କାଣ୍ଡ, ଅରଣ୍ୟ କାଣ୍ଡ, କିଷ୍କିନ୍ଧା କାଣ୍ଡ, ସୁନ୍ଦର କାଣ୍ଡ, ଲଙ୍କା କାଣ୍ଡ ଓ ଉତ୍ତର ରାମାୟଣର ସାତ କାଣ୍ଡ ସାମିଲ। ଏଥିରୁ ମାଧବ ୧୪ଟି ବହିରେ ବାଲକାଣ୍ଡ, ଅଯୋଧ୍ୟା କାଣ୍ଡ, ଅରଣ୍ୟକାଣ୍ଡ ଓ ଉତ୍ତରକାଣ୍ଡ ଲେଖିଛନ୍ତି। ତାଙ୍କ ଭଉଣୀ ଅର୍ଚ୍ଚନା ୬ଟି ବହିରେ କିଷ୍କିନ୍ଧାକାଣ୍ଡ, ସୁନ୍ଦର କାଣ୍ଡ ଓ ଲଙ୍କା କାଣ୍ଡ  ଲେଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.