ଗୋରେଖନାଥ ପୀଠ ପରିସରରୁ ୨ବର୍ଷର ଶିଶୁ କନ୍ୟା ଉଦ୍ଧାର, ମିଳିନି ପରିଚୟ

Published By : Prameya-News7 Bureau | January 16, 2020 IST

ଜଗତସିଂହପୁର ୧୬।୧: ଜଗତସିଂହପୁର ଜିଲ୍ଲା ବାବା ଗୋରେଖନାଥ ପୀଠରୁ ଦୁଇ ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁଟିର ପରିଚୟ ମିଳିପାରିନାହିଁ । ଗତକାଲି ମକର ସଂକ୍ରାନ୍ତି ଥିବାରୁ ମନ୍ଦିରରେ ଦିନ ତମାମ  ଭିଡ଼ ଲାଗି ରହିଥିଲା ।   ପିଲାଟି ଏହି  ଭିଡ଼ ଭିତରେ  ବାପା ମା’ଙ୍କ ନିକଟରୁ ହଜି ଯାଇଛି କି କେହି ତାକୁ ସେଠାରେ ଛାଡି ଚାଲି ଯାଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ । ଶିଶୁଟି ବସି କାନ୍ଦୁଥିବା ବେଳେ କିଛି ଶ୍ରଦ୍ଧାଳୁ ତାକୁ ଉଦ୍ଧାର କରି ପୋଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଶିଶୁ ସୁରକ୍ଷା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାଟିକୁ ଉଦ୍ଧାର କରିବା ସହ ଜଗତସିଂହପୁର ସ୍ଥିତ ଶିଶୁ ଆଶ୍ରମରେ ନେଇ ରଖିଛନ୍ତି ।

{"id":211840,"sizeSlug":"large"}

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଗତକାଲି ଅପରାହ୍ନରେ ମନ୍ଦିର ପରିସରରେ ଭିକ୍ଷାବୃତି କରୁଥିବା ଜଣେ ବୃଦ୍ଧାଙ୍କ ନିକଟରେ ଜଣେ ଅଜଣା ମହିଳା ଶିଶୁଟିକୁ ବସାଇ ତାଙ୍କ ସ୍ବାମୀଙ୍କୁ ଡାକିବାକୁ ଯାଉଛି ବୋଲି କହି ସେଠାରୁ ଚାଲି ଯାଇଥିଲେ । ସନ୍ଧ୍ୟା ହେବା ପର୍ଯ୍ୟନ୍ତ ଆଉ ସେ ଆସିନଥିଲେ । ଫଳରେ ବୃଦ୍ଧା ଜଣଙ୍କ ଏବାବଦରେ ନିକଟରେ ଥିବା ଲୋକଙ୍କୁ ଜଣାଇବା ପରେ ଜଣେ ଅଟୋ ଚାଳକ ଶିଶୁଟିକୁ ନିଜ ହେପାଜରେ ରଖି ପୋଲିସକୁ ଖବର ଦେଇଥିଲେ ।

{"id":211841,"sizeSlug":"large"}

ଶିଶୁଟିର କେହି ଦାବିଦାର ମିଳିପାରିନଥିବା ବେଳେ ସମ୍ପୃକ୍ତ ମହିଳା କିଏ ଓ ସେ କେଉଁ ପରିସ୍ଥିତିରେ ଓ କାହିଁକି ଶିଶୁଟିକୁ ସେଠାରେ ଛାଡି ଦେଇ ଗଲେ ତାହା ସ୍ପଷ୍ଟ ହୋଇ ପାରିନାହିଁ । ଅନ୍ୟପଟେ ଶିଶୁଟି ସମ୍ପୃକ ମହିଳାଙ୍କର ନା ସେ କୌଣସି ସ୍ଥାନରୁ ଚୋରି କରିଆଣିଥିବା ବେଳେ ଧରା ପଡିଯିବା ଭୟରେ ସେଠାରେ ଛାଡି ଚାଲିଗଲେ ତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.