Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଖେଳୁଥିବା ବେଳେ କାନ୍ଥ ପଡି ୨ ବର୍ଷର ଶିଶୁଙ୍କ ମୃତ୍ୟୁ

5/11/2021 at 1:23 PM

ତେଲକୋଇ ୫।୧୧: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଗୋଳାବନ୍ଧ ଗାଁ ନାୟକ ସାହିରେ ଅଘଟଣ । କାନ୍ଥ ପଡି ଦୁଇ ବର୍ଷର ଶିଶୁଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳ ପ୍ରାୟ ୯ଟା ବେଳକୁ ଘରେ କେହି ନଥିବା ବେଳେ ଛାଲୁ ମହାକୁଡଙ୍କ  ଦୁଇ ବର୍ଷର ଶିଶୁ ସୌରଭ ମହାକୁଡ଼ ଘର ପାଖ ଦାଣ୍ଡରେ ଖେଳୁଥିଲେ । ଆଗରୁ ଛାଲୁ ମହାକୁଡଙ୍କ ଘର କାନ୍ଥ ଫାଟିଥିଲା । ସେହିଠାରେ ଶିଶୁଟି ଖେଳୁଥିବା ବେଳେ ହଠାତ୍ ତାଙ୍କ ଉପରେ କାନ୍ଥ ପଡିଯାଇଥିଲା ।

ସୌରଭଙ୍କ ମା’ କୌଣସି କାମ ପାଇଁ ଗାଁ ନିକଟ ଜଗମୋହନପୁର ବଜାରକୁ ଯାଇଥିଲେ । ଏହି ଘଟଣା ଘଟିବା ପରେ ଏ ସମ୍ପର୍କରେ ପଡିଶା ଲୋକ ସୌରଭଙ୍କ ମା’ଙ୍କୁ ତୁରନ୍ତ ଖବର ଦେଇଥିଲେ । ମା’ ଘରେ ପହଞ୍ଚି ଗୁରୁତର ଅବସ୍ଥାରେ ସୌରଭଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲକୁ ନେଇଥିଲେ । ତେବେ ମେଡିକାଲରେ ଡାକ୍ତର ସୌରଭଙ୍କୁ ମୃତ ଘୋଷଣା କରିଥିଲେ । ଏ ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

   Related Posts