ଜଳେଶ୍ବର ୨୭।୧୧: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ନିମା ଗ୍ରାମର ଦୁଇ ବର୍ଷର ଶିଶୁ ନିଖୋଜ । ପରିବାର ପକ୍ଷରୁ ଏନେଇ ବସ୍ତା ଥାନାରେ ଲିଖିତ ଅଭିଯୋଗ ହୋଇଛି । ନିଖୋଜ ଶିଶୁ ହେଲେ ଉମାକାନ୍ତ ପ୍ରଧାନଙ୍କର ଝିଅ ସସ୍ମିତା ପ୍ରଧାନ ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନିମା ଗ୍ରାମର ଉମାକାନ୍ତ ପ୍ରଧାନଙ୍କର ଦୁଇ ବର୍ଷ ଝିଅ ସସ୍ମିତା ପ୍ରଥମା ଅଷ୍ଟମୀ ପାଇଁ ସକାଳ ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ସଜବାଜ ହୋଇ ନୂଆ ଡ୍ରେସ୍ ପିନ୍ଧି ଘର ପାଖ ପଡିଶା ଘର ପାଖରେ ଖେଳୁଥିଲା । ମାତ୍ର କିଛି ସମୟ ପରେ ପରିବାର ପକ୍ଷରୁ ଖୋଜା ଖୋଜି କାରିଥିଲେ ମଧ୍ୟ ଝିଅକୁ ପାଇ ନଥିଲେ । ତେବେ ଏ ନେଇ ପରିବାର ପକ୍ଷରୁ ବସ୍ତା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ବସ୍ତା ପୋଲିସ ଅଭିଯୋଗ ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲା ବେଳେ ଅଗ୍ନିଶମ ବିଭାଗ ଦ୍ଵାରା ମଧ୍ୟ ଖୋଜ ଖୋଜି ଜାରି ରହିଛି । ତେବେ ଶିଶୁଟିର କୌଣସି ସନ୍ଧାନ ମିଳିପାରିନାହିଁ ।