ପୋଖରୀରେ ବୁଡି ଦୁଇ ବର୍ଷର ଶିଶୁ ପୁତ୍ର ମୃତ

Published By : Prameya-News7 Bureau | July 11, 2019 IST

ନୀଳଗିରି ୧୧|୭: ବାଲେଶ୍ଵର ଜିଲ୍ଲା ବରହମପୁର ଥାନା ଆରବନ୍ଧ ପଞ୍ଚାୟତର ଡାହିସାହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପାଣିରେ ବୁଡି ଦୁଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ଗ୍ରାମର ଜୟନ୍ତ ବାଗର ଦୁଇ ବର୍ଷର ଶିଶୁପୁତ୍ର ଦିପୁନ ସକାଳେ ଘରେ ଖେଳୁଥିବା ସମୟରେ ବାଡ଼ିରେ ଥିବା ନିଜ ପୋଖରୀରେ ପଡି ଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗାଡ଼ିଆରେ ଶିଶୁଟି ଭାସୁ ଥିବାର ଦେଖି ତାକୁ ଉଦ୍ଧାର କରି ବରହମପୁର ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁ ପୁତ୍ରକୁ ମୃତ ଘୋଷଣା କରିଥିଲେ । ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନୀଳଗିରି ମେଡିକାଲକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.