Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ସେଲ୍ଫି ନେବା ବେଳେ ଭସାଇ ନେଇଥିଲା ସମୁଦ୍ର ଲହଡ଼ି, ଦୁଇ ଦିନ ପରେ ମିଳିଲା ଶିଶୁର ମୃତଦେହ

17/09/2020 at 8:03 PM

ନୂଆଦିଲ୍ଲୀ ୧୭/୦୯: କେରଳର ଆଲାପ୍ପୁଝା ସମୁଦ୍ର କୂଳରୁ ନିଖୋଜ ହୋଇଯାଇଥିବା ୨ ବର୍ଷୀୟ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ୨ ଦିନ ଧରି ବହୁ ଖୋଜାଖୋଜି ପରେ ଗାଲିଲିଓ ବିଚ୍‌ରେ ଶିଶୁର ମୃତଦେହ ମିଳିଥିବା ପୋଲିସ କହିଛି । ଶିଶୁ ପୁତ୍ରଟିର ନାଁ ଆଦିକ୍ରିଷ୍ଣା ହୋଇଥିବା ବେଳେ ସେ ରିବାବାର ଦିନ ସମୁଦ୍ର ଲହଡ଼ିରେ ଭାସି ଯାଇଥିବା ଜଣାପଡ଼ିଥିଲା । ଶିଶୁଟିର ମା’ ସେଲ୍ଫି ନେଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି।

 ପୋଲିସର ସୂଚନା ଅନୁସାରେ, ଜଣେ ମହିଳା ନିଜ ଭାଇଙ୍କ ୨ ଓ ନିଜର ଜଣେ ପିଲାଙ୍କୁ ନେଇ  ଆଲାପ୍ପୁଝା ସମୁଦ୍ର କୂଳକୁ ସେଲ୍ଫି ନେବାକୁ ଆସିଥିଲେ । ସେମାନଙ୍କ ସହିତ ତାଙ୍କର ଜଣେ ସମ୍ପର୍କୀୟ ମଧ୍ୟ ଯାଇଥିଲେ ।  କିନ୍ତୁ ସେଦିନ ରବିବାର ଥିବାରୁ ଏବଂ ସେହି ସ୍ଥାନ ବିପଦ ସଙ୍କୁଳ ହୋଇଥିବାରୁ ସେଠାକୁ ଯିବାକୁ ସେମାନଙ୍କୁ ଅନୁମତି ମିଳିନଥିଲା ।

କିନ୍ତୁ ମହିଳା ଥିଲେ ନଛୋଡ଼ବନ୍ଧ।। ପରବର୍ତ୍ତୀ ସମୟରେ ସେମାନଙ୍କୁ ସେଠାକୁ ଛାଡ଼ିବାକୁ ଅନୁମତି ମିଳିଥିଲା । ସମୁଦ୍ର କୂଳରେ ପହଞ୍ଚିବା ପରେ ମହିଳା ଓ ୩ ଶିଶୁ ସେଲ୍ଫି ନେବାରେ ବ୍ୟସ୍ତ ହୋଇଯାଇଥିଲେ । ​‌

 ସେଲ୍ଫି ନେବା ବେଳେ ସମୂଦ୍ର ଲହଡ଼ି ତାଙ୍କ ଆଡ଼କୁ ମାଡ଼ି ଆସିଥିଲା । ଲହଡ଼ିରେ ଭାରସାମ୍ୟ ହରାଇ ୪ ଜଣ ପାଣି ଭିତରେ ପଡ଼ିଯାଇଥିଲେ । ଏହା ଦେଖି ପାଖରେ ଥିବା ମହିଳାଙ୍କ ସମ୍ପର୍କୀୟ ଦୌଡ଼ି ଆସି ୩ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୨ ବର୍ଷୀୟ ଶିଶୁଟି ନିଖୋଜ ହୋଇଯାଇଥିଲା ।

   Related Posts