ସମ୍ବେଦନହୀନ ସମାଜ ! ବାଲକନିରୁ ହଠାତ ରାସ୍ତାରେ ପଡି ଚିତ୍କାର କରୁଥିଲା ଶିଶୁ ହେଲେ କେହି ଆଡ ଆଖିରେ ବି ଚାହିଁଲେନି, ସିସିଟିଭିରେ କଏଦ ପୁରା ଘଟଣା

Published By : Prameya-News7 Bureau | May 20, 2020 IST

ପାଟଣା ୨୦/୦୫ : କରୋନା ମଧ୍ୟରେ ମାନବୀୟ ସମବେଦନାର ସକାରାତ୍ମକ ଦୃଶ୍ୟ ପ୍ରତିଦିନ ସାମ୍ନାକୁ ଆସୁଛି | ଏହି ସମୟରେ ମାନବିକତାକୁ ଧିକ୍କାର କରୁଥିବା ଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ହୃଦୟକୁ କଷ୍ଟ ଦେଇଛି | ପାଟଣାରୁ ଏହିଭଳି ଏକ ଭିଡିଓ ଭାଇରାଲ ହୋଇଛି | ଭଡ଼ିଓ ଜରିଆରେ ଲୋକଙ୍କ ସମ୍ବେଦନହୀନ ଚେହେରା ସାମ୍ନାକୁ ଆସିଛି | ଏହି ଭିଡିଓ ଆମ ସମାଜକୁ ଭାବିବାକୁ ବାଧ୍ୟ କରିଦେବ ଯେ ମାନବ ସଭ୍ୟତା କେଉଁ କାଳରେ ବଞ୍ଚିଛି | ମଣିଷ କଣ ଏତେ ସ୍ୱାର୍ଥପର ହୋଇଯାଇଛୁ ଯେ ଏକ ନିରୀହ ଶିଶୁକୁ ଯନ୍ତ୍ରଣାରେ ଛାଡି ଦେଇ, ଶିଶୁର ବିକଳ ଚିତ୍କାରକୁ ବି ଅଣଦେଖା କରି ଟିକିଏ ହେଲେ ଲଜ୍ଜା ଅନୁଭବ କରୁନାହାନ୍ତି |

ପାଖାପାଖି ଦେଢ଼ ଦୁଇ ବର୍ଷର ଏକ ଶିଶୁ ବାଲକନିରୁ ରାସ୍ତା ଉପରେ ପଡ଼ିଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି | ଲୋକେ ଶିଶୁ ପାଖ ଦେଇ ଯିବା ଆସିବା କରୁଛନ୍ତି, ଶିଶୁକୁ ବିକଳ ହୋଇ କାନ୍ଦୁଥିଲେ ସୁଦ୍ଧା କେହି ତାକୁ ସାହାଯ୍ୟ କରିବାକୁ ପାଖକୁ ଆସୁ ନାହାନ୍ତି | ଭିଡିଓ ପାଟଣା ଭୂତନାଥ ରୋଡ଼ ଅଞ୍ଚଳର | ଗୋଟିଏ ଘର ବାଲକନିରୁ ଏକ ଶିଶୁ ରାସ୍ତା ଉପରକୁ ଗଲି ପଡିଥିଲା | ପୁରା ଘଟଣା ସେଠାରେ ଲାଗିଥିବା ସିସିଟିଭିରୀ କଏଦ ହୋଇଛି | ରାସ୍ତା ଉପରେ ପଡିବ ପରେ ଶିଶୁଟି ବିକଳ ହୋଇ ଅନେକ ସମୟ ଧରି କାନ୍ଦୁଥିଲା କିନ୍ତୁ କେହି ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ | ପାଖରେ ଯିବା ଆସିବା କରୁଥିବା ଲୋକେ ଶିଶୁ ଆଡକୁ ଚାହୁଁ ବି ନାହାନ୍ତି | ଯିଏ ଦେଖିଲେ ସେ ସାହାଯ୍ୟ ନ କରି ସେଠାରୁ ଚାଲି ଯାଇଥିଲେ | ଏହା ମାନବ ସମାଜ ପାଇଁ ନିହାତି ନିନ୍ଦନୀୟ ଘଟଣା |

ଜଣେ ପରେ ଜଣେ ବ୍ୟକ୍ତି ସେହି ରାସ୍ତା ଦେଇ ଚାଲି ଯାଉଥିଲେ ହେଲେ କିନ୍ତୁ କେହି ହେଲେ ଶିଶୁଟି କୁ ରାସ୍ତାରୁ ଉଠାଇ ନଥିଲେ | ଶିଶୁଟି ସେମିତି ରାସ୍ତାରେ ପଡି ଚିତ୍କାର କରୁଥିଲା | ଏମିତି କିଛି ସମୟ ବିତିଗଲା ପରେ ଜଣେ ଯୁବକ ପାଟି କରିବାକୁ ଲୋକେ ସେଠାରେ ଜମା ହୋଇଥିଲେ ଏବଂ ଶିଶୁକୁ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ |

ଶିଶୁର ଶରୀରରେ ଅନେକ ଜାଗାରେ ଫ୍ରାକ୍ଚର ହୋଇଯାଇଛି | ଶିଶୁ ଗମ୍ଭୀର ଭାବେ ଆହତ ହୋଇଛି | ଏକ ଘରୋଇ ନର୍ସିଂହୋମରେ ତାର ଚିକିତ୍ସା କରାଯାଉଛି | ତେବେ ଘଟଣା ଯେତିକି ଭୟାବହ ତାଠାରୁ ଅଧିକ ଲଜ୍ଜାଜନକ | ସମାଜର ଏହିଭଳି ସମ୍ବେଦନହୀନ ଅବସ୍ଥା ସତରେ ଲଜ୍ଜାଜନକ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.