ବଜ୍ରାଘାତରେ ୨ ଜଣ ମହିଳାଙ୍କ ମୃତ୍ୟୁ...

Published By : Prameya-News7 Bureau | June 10, 2020 IST

କଙ୍କଡାହାଡ଼୧୦/୬: ବଜ୍ରାଘାତରେ ୨ ମହିଳାଙ୍କ ମୃତ୍ୟୁ। ଧାନ ପେଶାଇବା ପାଇଁ ଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ବଜ୍ରାଘାତରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ର ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି।ମିଳିଥିବା ସୂଚନା ମୁତାବକ, ବୁଧବାର ଅପରାହ୍ନରେ ଘଡଘଡି ସହ ବର୍ଷା ହୋଇଥିଲା । ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରାଘାତ୍ ମଧ୍ୟ ହୋଇଥିଲା। ଏପରି କି ଜିଲ୍ଲାର କଙ୍କଡାହାଡ଼ ବ୍ଲକ ଅଞ୍ଚଳରେ ବଜ୍ରପାତରେ ୨ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଦୁଇଜଣ ହେଲେ କଙ୍କଡାହାଡ଼ ଥାନା ଅନ୍ତର୍ଗତ କରଡ଼ାପାଳ ଗ୍ରାମର କୌଶଲ୍ୟା ଦେହୁରୀ ଓ ରଜନୀ ଦେହୁରୀ । ଉଭୟେ ତାଙ୍କ ପାଖ ଗାଁ କାଲବୁଦିଆ ଗାଁକୁ ଧାନ ପେଶାଇବାକୁ ଯାଉଥିବାବେଳେ ବାଟରେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଖବର ପାଇ ଘଟଣାସ୍ଥଳରେ କଙ୍କଡାହାଡ଼ ଥାନା ପୁଲିଆ ପହଁଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.