କୁକୁଡା ଫାର୍ମରେ କାମ କରୁଥିବା ଦୁଇ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ମଦ ହେଲା କାଳ !
21/11/2018 at 2:31 PM

ଅନୁଗୁଳ ୨୧|୧୧: ଅନୁଗୁଳରେ ଦୁଇ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସନ୍ଦେହଜନକ ଅବସ୍ଥାରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ଉଭୟ ମହିଳା ଏକ କୁକୁଡା ଫାର୍ମରେ କାମ କରୁଥିଲେ । ମୃତ ମହିଳା ହେଲେ ସୁନ୍ଦରଗଡ ଅଞ୍ଚଳର ବିମଳା ନାୟକ ଓ ଭୂୟାଁ ନାୟକ । ଘଟଣାସ୍ଥଳରେ ବନ୍ତଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଚନ୍ଦନପୁରରେ ଥିବା କୁକୁଡା ଫାର୍ମରେ କିଛି ମହିଳା ଓ ପୁରୁଷ କାମ କରୁଥିଲେ । ମୃତ ମହିଳା ଦୁଇ ଜଣ ମଧ୍ୟ ସେମାନଙ୍କ ସହ କାମ କରୁଥିଲେ । ଗତକାଲି ସନ୍ଧ୍ୟାରେ ଦୁଇ ଜଣ ବଜାରକୁ ଯାଇଥିଲେ କିଛି ଜିନିଷ ଆଣିବାକୁ । ରାତିରେ ଫେରିଲା ବେଳେ ନିଶାଶକ୍ତ ଅବସ୍ଥାରେ ଫେରିଥିଲେ ବୋଲି ସାଥୀ ମହିଳାମାନେ କହିଛନ୍ତି । ଆଉ ରୁମ୍ କୁ ଆସି ଖାଇକି ଶୋଇପଡିଥିଲେ । ସାଥୀରେ ଥିବା ମହିଳାମାନେ କାମକୁ ଯିବା ଲାଗି ସେମାନଙ୍କୁ ସକାଳୁ ଉଠାଇବାକୁ ଚେଷ୍ଟା କରିଥିବା ବେଳେ ସେମାନେ ଉଠିନଥିଲେ । ସେମାନେ ନଉଠିବାରୁ ତାଙ୍କୁ ମେଡିକାଲକୁ ନିଆଯାଇଥିଲା । ଡାକ୍ତର ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ସେମାନେ ମଦ ପିଇଥିଲେ ବୋଲି ସାଥୀ ମହିଳାମାନେ କରିଛନ୍ତି । ମଦର ବିଷକ୍ରିୟା ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ପୋଷ୍ଟମର୍ଟମ ପରେ ମୃତ୍ୟୁରକାରଣ ଜଣାପଡିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।