ଗୁଣିଆ ସନ୍ଦେହରେ ଦୁଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ମେଡିକାଲରେ ଭର୍ତ୍ତି
29/01/2020 at 8:10 AM

ରାୟଗଡା ୨୯।୧: ଗୁଣିଆ ସନ୍ଦେହରେ ଦୁଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ରାୟଗଡ଼ା ସହରର ମାଙ୍କଡ଼ାଝୋଲା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଦୁଇ ମହିଳା ଗଲମା ମୁଦୁଲି ଓ ସବିତା ଦାନିଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।

ସୂଚନାଯୋଗ୍ୟ ଯେ, ସାହିର ସନ୍ତୋଷ ଦାନି ନାମକ ଜଣେ ଯୁବକଙ୍କର ପକ୍ଷାଘାତ ରୋଗରେ ପୀଡିତ ହୋଇ ମୃତ୍ୟୁ ହୋଇଥିଲା । ତେବେ ଗୁଣି ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗରେ ଦୁଇ ମହିଳାଙ୍କୁ ଆକ୍ରମଣ କରିଛନ୍ତି ଗ୍ରାମବାସୀ । ଏହି ଘଟଣା ପରେ ଗାଁରେ ପୋଲିସ ମୁତୟନ ହୋଇଛି ।