ମନ୍ଦିର ଯାଉଛୁ କହି ଯାଇଥିଲେ, ଘରକୁ ଫେରିଲେନି ୨ ଯାଆଙ୍କ ସହ ୨ ଶିଶୁ, ଥାନାରେ ମାମଲା

Published By : Prameya-News7 Bureau | July 28, 2021 IST

ଫୁଲବାଣୀ ୨୮।୭: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଛତିଝର ଗ୍ରାମର ଦୁଇ ଯାଆଙ୍କ ସହ ସେମାନଙ୍କ ଦୁଇ ଜଣ  ଶିଶୁ ନିଖୋଜ ନେଇ ଟିକାବାଲି ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଦୁଇ ଜଣ ଯାଆ ପିଲାଙ୍କୁ ଧରି ମନ୍ଦିର ଯିବେ ବୋଲି ଘରେ କହି ସକାଳୁ  ଘରୁ ବାହାରିଯାଇଥିଲେ। ହେଲେ ଦୀର୍ଘ ସମୟ ପରେ ଘରକୁ ନ ଫେରିବାରୁ ପରିବାର ଲୋକେ ବଜାର, ମନ୍ଦିର, ସମ୍ପର୍କୀୟ ଘରକୁ ଯାଇ ପଚରାଉଚରା କରିଥିଲେ । ହେଲେ କେଉଁଠି ମଧ୍ୟ ସେମାନଙ୍କ କିଛି ବି ଖବର ନ ମିଳିବା ଫଳରେ ଶେଷରେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ ।

ଘର ଲୋକେଙ୍କ ଅଭିଯୋଗ କ୍ରମେ ଏ ନେଇ ଟିକାବାଲି ଥାନାରେ ୫ଓ୬/୨୦୨୧ରେ ଦୁଇଟି ନିଖୋଜ ମାମଲା ରୁଜୁ କରି ଦୁଇ ଯାଆଙ୍କ ସହ ଦୁଇ ଶିଶୁଙ୍କୁ ଖୋଜୁଛି ପୋଲିସ । ତେବେ ଏମାନଙ୍କୁ କିଏ ଓ କାହିଁକି ଅପହରଣ କରିନେଇଛି । ନା ସେମାନଙ୍କର ପରିବାର ସହ କିଛି ମନୋମାଳିନ୍ୟ ହୋଇଛି ଯାହା ଫଳରେ ସେମାନେ ନିଜ ଇଚ୍ଛାରେ ଚାଲିଯାଇଛନ୍ତି ସେ ନେଇ ସ୍ପଷ୍ଟ ଜଣାପଡିନି । ସେମାନଙ୍କ ଶେଷ ମୋବାଇଲ ନେଟୱର୍କ ଲୋକେସନ ଖୋର୍ଦ୍ଧା ଓ ଜଟଣୀ ଦେଖାଉଥିବା ଜଣାପଡିଛି । ସେମାନେ ସେହି ଅଞ୍ଚଳରେ ଥିବା ସନ୍ଦେହ କରାଯାଉଛି। ତେବେ ତଦନ୍ତ ପରେ ହିଁ ସବୁକିଛି ସ୍ପଷ୍ଟ ହେବ ବୋଲି ଟିକାବାଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.