ଦୁଇ ମହିଳାଙ୍କୁ ଚାପିଦେଲା ଟ୍ରକ୍, ନାଳରୁ ଗାଧୋଇସାରି ଫେରିବା ବେଳେ ଦୁର୍ଘଟଣା

Published By : Prameya-News7 Bureau | December 15, 2019 IST

ଆଠଗଡ଼ ୧୫।୧୨: ଟ୍ରକ୍ ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ନରସିଂହପୁର ମୁଖ୍ୟ ରାସ୍ତାର ରତାପାଟ ହାଡୁଆ ନାଳ ନିକଟରେ ଘଟିଛି ଦୁର୍ଘଟଣା । ରବିବାର ଭୋର ପ୍ରାୟ ୪ଟାରୁ ୪ଟା ୩୦ ସମୟ ମଧ୍ୟରେ ଏକ  ଅଜଣା ଟ୍ରକ୍ ଧକ୍କାରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି ।

{"id":197847,"sizeSlug":"large"}

ମୃତ ଦୁଇ ମହିଳା ହେଲେ ବଡମ୍ବା ରତାପାଟ ଗ୍ରାମର ସନାତନ ସାହୁଙ୍କ ପତ୍ନୀ ୫୫ବର୍ଷ ବୟସ୍କା ରଙ୍ଗବତୀ ସାହୁ ଓ ଗୁଣ୍ଠ ନାୟକଙ୍କ ପତ୍ନୀ ୫୦ ବର୍ଷ ବୟସ୍କା ତରା ନାୟକ ବୋଲି ଜଣାପଡିଛି । ଉଭୟ ମହିଳା ହାଡୁଆ ନାଳରେ ଗାଧୋଇସାରି ଫେରୁଥିବା ସମୟରେ ନରସିଂହପୁର ରାସ୍ତାରୁ କଟକ ଆଡ଼କୁ ଯାଉଥିବା ଏକ ଅଜଣା ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି ।

{"id":197848,"sizeSlug":"large"}

କ୍ଷତିପୂରଣ ଦାବିରେ କଟକ-ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକ । ଫଳରେ ଆଠଗଡ-ନରସିଂହପୁର ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.