ଶ୍ରୀମନ୍ଦିର ନିକଟରେ ଅଭାବନୀୟ ଘଟଣା : ମହିଳା ବ୍ୟବସାୟୀଙ୍କୁ ଘୋଷାଡି ଚପଲରେ ପିଟିଲେ ୨ ମହିଳା

Published By : Prameya-News7 Bureau | April 03, 2021 IST

ପୁରୀ ।୪: ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ଦୁଇ ମହିଳା ହାତାହାତି । ପୁରୀ ଶ୍ରୀମନ୍ଦିର ପାଖ ଦୋଳବେଦୀ କୋଣରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କୌଣସି କାରଣକୁ ନେଇ ଦୁଇ ଜଣ ମହିଳା ଜଣେ ମହିଳା ବ୍ୟବସାୟୀଙ୍କୁ ଚପଲରେ ମାଡ ମାରୁଛନ୍ତି । ସେହି ବାଟ ଦେଇ ଯାଉଥିବା ଶହ ଶହ ଭକ୍ତ, ପର୍ଯ୍ୟଟକ ଏହି ଦୃଶ୍ୟ ଦେଖି ତାଜୁବ ହୋଇଯାଇଥିଲେ ।

ଉଭୟଙ୍କ ମାରପିଟ ରୋକିବା ପାଇଁ ଜଣେ ମହିଳା ଚେଷ୍ଟା କରୁଥିଲେ ମଧ୍ୟ ସେଥିରେ ସେ ବିଫଳ ମଧ୍ୟ ହୋଇଥିଲେ । ତେବେ ଏହି ଘଟଣା ନେଇ ସିଂହଦ୍ବାର ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ମହିଳାଙ୍କ ମାରପିଟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.