କରୋନା ସଙ୍କଟରେ ବି ଲୁଟିବାକୁ ପଛଉ ନାହାନ୍ତି, ରେମଡେସିଭିର ଶିଶିରେ ପାଣି ଭରି ୨୮ ହଜାର ଟଙ୍କାରେ ବିକ୍ରି କରୁଥିଲେ, ତା ପରେ...

Published By : Prameya-News7 Bureau | April 21, 2021 IST

ନାଗପୁର ୨୧।୦୪: ଗୋଟିଏ ପଟେ ଦେଶରେ କରୋନା ନିଜର ଚରମରେ ରହିଥିବା ବେଳେ ଲୋକେ ଏହି ସଙ୍କଟଜନକ ସମୟକୁ ସୁଯୋଗ ଭାବେ ବ୍ୟବହାର କରୁଛନ୍ତି। କରୋନା ମହାମାରୀ ମଧ୍ୟରେ ରେମଡେସିଭିର ଇଞ୍ଜେକ୍ସନର ଚାହିଦା ଅହେତୁକ ବଢିବାରେ ଲାଗିଛି। ଯୋଗାଣ ଓ ଚାହିଦାରେ ବଡ ବ୍ୟବଧାନ କାରଣରୁ ଏହାର କଳାବଜାରୀ ବଢିବାରେ ଲାଗିଛି। କଥା ଏତିକିରେ ସୀମିତ ନୁହେଁ, ନାଗପୁରି ପୁଲିସ ଏମିତି ଦୁଇ ଜଣ ଲୋକଙ୍କୁ ଗିରଫ କରିଛି, ଯେଉଁମାନେ ରେମଡେସିଭିର ଇଞ୍ଜେକ୍ସନର ବୋତଲରେ ପାଣି ଭରି ବିକ୍ରି କରୁଥିଲେ।

ମଙ୍ଗଳବାର ନାଗପୁର ପୁଲିସ ଏହାର ସୂଚନା ଦେବା ପରେ ପୁଲିସ ସତର୍କ ହେବା ସହ ସେମାନଙ୍କ ସନ୍ଧାନରେ ଜୁଟି ଯାଇଛି। ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତଙ୍କ ନାମ ଅଭିଳାଷ ପେଟକର(୨୮) ଓ ଅନିକେତ ନନ୍ଦେଶ୍ଵର(୨୧)। ଉଭୟ ଏକ୍ସେରେ ଟେକ୍ନିସିଆନ ଭାବେ କାମ କରନ୍ତି।

ନାଗପୁର ପୁଲିସର ସବ ଇନ୍ସପେକ୍ଟର ସତ୍ୟବାନ ମାଣେ କହିଛନ୍ତି ଯେ, ଦୁଇ ଜଣ କୋଭିଡ୍ ଭାଇରସ୍‌ରେ ସଂକ୍ରମିତ ଜଣେ ରୋଗୀଙ୍କ ପରିଜନଙ୍କୁ ୪୦ ହଜାର ଟଙ୍କା ଦେଇ ଏକ ଇଞ୍ଜେକ୍ସନ ବିକ୍ରି କରୁଥିଲେ। ମୂଲଚାଲ ପରେ ୨୮ ହଜାର ଟଙ୍କାରେ ଇଞ୍ଜେକ୍ସନ ଦେବା ପାଇଁ ଦୁଇ ଅଭିଯୁକ୍ତ ପ୍ରସ୍ତୁତ ହୋଇ ରହିଥିଲେ। ଯେବେ ସଂକ୍ରମିତଙ୍କ ପରିଜନଙ୍କ ମନରେ ସନ୍ଦେହ ହେଲା ସେ ତୁରନ୍ତ ପୋଲିସକୁ ଏହାର ସୂଚନା ଦେଇଥିଲେ। ପୋଲିସ ଜାଲ ବିଛାଇ ରେମଡେସିଭିର ଶିଶିରେ ପାଣି ଭରି ବିକ୍ରି କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏହା ପରେ ଘର ଏବଂ ବାକି ଠିକଣାରେ ପୁଲିସର ଯାଞ୍ଚ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.