କରଞ୍ଜିଆ ଜେଲରୁ କଏଦୀ ଫେରାର ଘଟଣାରେ କାର୍ଯ୍ୟାନୁଷ୍ଠାନ : ଦୁଇ ଓ୍ବାର୍ଡର ନିଲମ୍ବିତ, ବଦଳିଲେ ଜେଲର
27/06/2019 at 12:11 PM

କରଞ୍ଜିଆ ୨୭|୬: କରଞ୍ଜିଆ ଜେଲରୁ କଏଦୀ ଫେରାର ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜେଲର ଲକ୍ଷ୍ମୀଧର ମୁର୍ମୁଙ୍କୁ ବଦଳି କରିଛନ୍ତି ବାରିପଦା ସର୍କଲ ଜେଲ୍ ସୁପରିଟେଣ୍ଡେଣ୍ଟ । ଏବେ ଜେଲରଙ୍କୁ ଆଣି ପଚରାଉଚରା କରୁଛି କରଞ୍ଜିଆ ପୋଲିସ ।

ସୂଚନାଯୋଗ୍ୟ ଗତ ୧୬ ତାରିଖରେ କଏଦୀ ଭଗବାନ ଟୁଡୁ ଫେରାର ହୋଇଯାଇଥିଲା । କଏଦୀ ଫେରାର ହେବା ପରେ ୨ ଓ୍ବାର୍ଡର ସୁକାନ୍ତ ବେହେରା ଓ ଦିଲ୍ଲୀପ ମୁଖୀଙ୍କୁ ନିଲମ୍ବନ କରାଯାଇଥିଲେ । ତେବେ ନିଲମ୍ବିତ ହେବାର ପର ଦିନ ହଠାତ୍ ଗାଏବ ହେ।ଇଯାଇଥିଲେ ସୁକାନ୍ତ ବେହେରା । ନିଖେ।ଜ ହେବାର ୬ଦିନ ପରେ କରଞ୍ଜିଆ ନିକଟ କାଳିକାପୁର ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ତାଙ୍କ ମୃତଦେହ ।

ଏହା ପରେ ଆକ୍ସନ ମୁଡକୁ ଆସିଥିଲା ପେ।ଲିସ । ଗତକାଲି କରଞ୍ଜିଆ ଜେଲରୁ ଫେରାର ହେ।ଇଯାଇଥିବା କଏଦୀ ଭଗବାନ ଟୁଡୁଙ୍କୁ ପେ।ଲିସ ଗିରଫ କରିଥିଲା । ଭଗବାନର ଗାଁ କାଳିଆପାଣିରୁ ଗିରଫ କରିଥିଲା ପେ।ଲିସ । ଗିରଫ ହେବା ପରେ ଆଜି ତାକୁ କେ।ର୍ଟ ଚାଲାଣ କରାଯାଇଛି ।