ଗୋଟିଏ ପରିବାରରୁ ବାହାରିଲେ ୭ ପଜିଟିଭ୍‌, ୨ଟି ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ପ୍ରଶାସନ

Published By : Prameya-News7 Bureau | April 27, 2021 IST

ପାଟଣା ୨୭।୦୪: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୋଟିଏ ପରିବାରର ୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ସାହିରେ ମୋଟ ୪୩ଜଣ କରୋନା ଚିହ୍ନଟ ହୋଇଛନ୍ତି । ଏହାପରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତର ଟାଙ୍ଗରବନ୍ତଳା ଗାଁର ୨ଟି ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପ୍ରଶାସନ ।

ଖବର ଅନୁଯାୟୀ, ଟାଙ୍ଗରବନ୍ତଳା ଗାଁର ୨ ସାହିରେ ଲଗାତର ଭାବେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । କିଛି ଦିନ ତଳେ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ଏବେ ଗୋଟିଏ ପରିବାରର ୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ଆକ୍ସନକୁ ଆସିଛି ପ୍ରଶାସନ । ତୁରନ୍ତ ଗାଁର ୨ଟି ସାହିକୁ ୭ଦିନ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଏହା ସହ ଗାଁକୁ ଅଗ୍ନିଶମ ବାହିନୀ ଦ୍ୱାରା ବିଶୋଧନ କରାଯାଉଛି । ଚମ୍ପୁଆ ତହସିଲଦାର ଓ ଭଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ପହଞ୍ଚି ଲୋକଙ୍କୁ ସଚେତନ କରାଇବା ସହ ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେସନ ରହିବା କୁ ପରାମର୍ଶ ଦେଇଛନ୍ତି । ଏହାସହ ମେଡିକାଲ ପକ୍ଷରୁ ସ୍ୱାସ୍ଥସେବା ଯୋଗାଇ ଦିଆଯାଉଛି। ଗ୍ରାମବାସୀ ଙ୍କ ସ୍ୱାବ୍ ନମୁନା ସଂଗ୍ରହ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.