ସିମେଣ୍ଟ ବୋଝେଇ ମାଲଗାଡିର ଦୁଇଟି ଓ୍ବାଗନ ଲାଇନ୍‌ଚ୍ୟୁତ

Published By : Prameya-News7 Bureau | May 15, 2019 IST

ରାଉରକେଲା ୧୫|୫: ଆଜି ଭୋରରୁ ରାଉରକେଲା ରେଳ ଷ୍ଟେସନ ନିକଟରେ ଏକ ସିମେଣ୍ଟ ବୋଝେଇ ମାଲ ଗାଡିର ଦୁଇଟି ଓ୍ବାଗନ ଲାଇନଚ୍ୟୁତ ହୋଇଛି । ରାୟପୁରରୁ ଏହି ସିମେଣ୍ଟ ବୋଝେଇ ମାଲଗାଡ଼ି ପଶ୍ଚିମବଙ୍ଗ ଯାଉଥିବାବେଳେ ଦୁର୍ଘଟଣା ଘଟିଛି । ମାଲଗାଡି ଲାଇନଚ୍ୟୁତ ହେବା ପରେ ପ୍ରାୟ ଦୁଇଘଂଟା ଧରି ସେହି ଟ୍ରାକରେ ଯାତ୍ରୀବାହୀ ଟ୍ରେନ ସହ ଅନ୍ୟ ମାଲଗାଡ଼ି ଯାତାୟତ କରିବାରେ ବାଧାପ୍ରାପ୍ତ ହୋଇଥିଲା । ଯାହା ଫଳରେ ଅନେକ ଟ୍ରେନ୍ ବିଳମ୍ବରେ ଯାତାୟତ କରିଥିଲା ।

{"id":112029}

ଘଟଣା ସ୍ଥଳରେ ରେଳବିଭାଗର ବରିଷ୍ଟ ଅଦିକାରୀ ପହଚିଂ ଦୁର୍ଘଟଣା ଘଟିଥିବା ମାଲଗାଡ଼ିକୁ ଠିକ୍ କରି ଟ୍ରାକ୍ ସ୍ବାଭାବିକ କରିବା ପାଇଁ ଲାଗିଛି ରେଳବିଭାଗ । କେଉଁ କାରଣ ଯୋଗୁଁ ମାଲଗାଡ଼ି ଲାଇନଚ୍ୟୁତ ହେଲା ତାହାର ତଦନ୍ତ ଚାଲିଛି ବୋଲି ରେଳ ବିଭାଗର ଏରିଆ ମ୍ୟାନେଜର କହିଛନ୍ତି । ଟ୍ରାକ୍‌ରେ ଫାଟ ଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.