Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ : ଛତ୍ରପୁର ବ୍ଲକ୍‌ର ଦୁଇଟି ଗାଁ ୭ଦିନ ପାଇଁ ସଟ୍ ଡାଉନ୍

28/06/2020 at 8:55 AM

ଖଲ୍ଲିକୋଟ ୨୮।୬: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ପୋଡାପଦର ଓ ଚିକଲଖଣ୍ଡି ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ହୁମର ଓ ବାଳକୃଷ୍ଣପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ସହ ୭ ଦିନ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଉକ୍ତ ଗ୍ରାମରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଏଭଳି ଘୋଷଣା କରିଛନ୍ତି ।

ଉକ୍ତ ଗ୍ରାମର କୌଣସି ଲୋକ ବାହାରକୁ ଯିବା ଏବଂ ବାହାରର କୌଣସି ଲୋକ ଗ୍ରାମକୁ ଆସିବାକୁ ବାରଣ କରିଛନ୍ତି । ଗ୍ରାମର ପ୍ରତ୍ୟେକ ଲୋକ ନିଜ ଘରେ ରହିବାକୁ କୁହାଯାଇଛି । ଏହାକୁ ଖିଲାପ କଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ପତ୍ର ମାଧ୍ୟମରେ ଜଣାଇଛନ୍ତି । ଯେକୌଣସି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇଦିଆଯିବ ।

ଗ୍ରାମକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯିବ । ଗ୍ରାମର ସମସ୍ତ ପ୍ରବେଶ ପଥଗୁଡିକୁ ବ୍ୟାରିକେଡ୍ କରାଯାଇଛି । ବର୍ତ୍ତମାନ ଜିଲ୍ଲାରେ ହୁ ହୁ ହୋଇ କରୋନା ପଜିଟିଭଙ୍କ ସଂଖ୍ୟା ବଢି ଚାଲିଛି । ସେହିପରି ଛତ୍ରପୁର ଏନଏସି ଅଧିନସ୍ଥ ୧୧ ନମ୍ବର ଓ୍ବାର୍ଡର ବାରେକ ସାହିରେ  ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ପରେ ଉକ୍ତ ସାହିକୁ ଏନଏସି ପକ୍ଷରୁ ସିଲ୍ କରାଯାଇଛି । ଏହାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯିବା ସହ ଏହାର ଆଖପାଖ ରିକାପଲ୍ଲୀ ଛକ, ରାମକୃଷ୍ଣନଗର, ଶଙ୍କରମଠସାହି ଓ ବିଦ୍ୟାଧରନଗରକୁ ବଫର ଜୋନ୍ ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଘୋଷଣା କରିଛନ୍ତି ।

କଣ୍ଟେନମେଣ୍ଟ ସାହିର ପ୍ରବେଶ ପଥକୁ ପ୍ରଶାସନ ପକ୍ଷରୁ ସିଲ୍ କରିଦିଆଯାଇଛି।  ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଉକ୍ତ ଅଞ୍ଚଳଗୁଡିକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରାଯିବା ସହ କଣ୍ଟାକ୍ଟ ଟ୍ରେସିଂ କରାଯିବ ।  

   Related Posts