ଗାଁରେ ପ୍ରବେଶ କଲା ହୀରାକୁଦର ପଛୁଆ ପାଣି, ଚାଷ ଜମି ଜଳମଗ୍ନ

Published By : Prameya-News7 Bureau | September 16, 2021 IST

ବରଗଡ଼ ୧୬।୯: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବା ସହ ପଛୁଆ ପାଣି ବରଗଡ଼ ଜିଲ୍ଲା ଚିଖିଲ ଓ ଅନ୍ତରାଡ଼ି ଗ୍ରାମକୁ ପ୍ରବେଶ କରିଛି । ଫଳରେ ସଂପୂର୍ଣ୍ଣ ଗାଁଟି ଏବେ ଜଳମଗ୍ନ ହୋଇପଡିଛି । ପଛୁଆ ପାଣି ପଶିଯାଇଥିବା ଯୋଗୁଁ ଗ୍ରାମର ଚାଷ ଜମି ଜଳମଗ୍ନ ହୋଇପଡିଛି । ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଜନସାଧାରଣ ଗାଁ ଛାଡି ସୁରକ୍ଷିତ ସ୍ଥାନକୁ ଯାଉଥିବା ଦେଖିବାକୁ ମିଳିଛି ।

{"id":512526,"sizeSlug":"full","linkDestination":"none"}

ଅମ୍ବାଭୋନା ବିଡ଼ିଓ ତହସିଲଦାର, ଅଗ୍ନିଶମ ବିଭାଗ ପହଞ୍ଚି ଗ୍ରାମମବାସୀଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ନେବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଆଶ୍ରୟସ୍ଥଳୀରେ ଲୋକଙ୍କୁ ପ୍ରଶାସନ ପକ୍ଷରୁ  ପିଇବା ପାଇଁ ପାନୀୟ ଜଳ ଓ ଖାଇବା ପାଇଁ ଶୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.