ଭୁବନର ବିଭିନ୍ନ ଅଞ୍ଚଳ ଜଳମଗ୍ନ, ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

Published By : Prameya-News7 Bureau | September 14, 2021 IST

ଭୁବନ ୧୪।୯: ଦୁଇ ଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷାରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ଥିବାବେଳେ ଦୁଇଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ବାଲିବୋ ପଞ୍ଚାୟତର ଦଧିସିଙ୍ଗା ଗ୍ରାମର ୩୦ ପରିବାର ଜଳବନ୍ଦୀ ଥିବାବେଳେ ଭୁଷଳ ପଞ୍ଚାୟତର ଜୟପୁର ଗ୍ରାମର ୪ଶହ ପରିବାର ଜଳବନ୍ଦୀରେ ରହିଛନ୍ତି । ଏପର୍ଯ୍ୟନ୍ତ ପ୍ରଶାସନ ବନ୍ୟା ପୀଡିତ ଅଞ୍ଚଳରେ ପହଞ୍ଚି ପାରିନାହିଁ ।

{"id":511151,"width":755,"height":340,"sizeSlug":"full","linkDestination":"none"}

ସେପଟେ ସୁରପ୍ରତାପପୁର ପଞ୍ଚାୟତର ମାଳପୁରା ଗ୍ରାମରେ ଡମଶାଳ ନାଳର ପାଣି ୩ ଫୁଟର ଲହଡି ମାରୁଛି । ଭୁବନଠାରୁ ଏକତାଳୀ, ନିମେଇପୁର, ଚନ୍ଦାର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ୨-୩ ଫୁଟ ପାଣି ଯାଉଥିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.