Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

୬ଷ୍ଠ IRB ବାଟାଲିୟନରୁ କରୋନା ପଜିଟିଭ୍‌ ଚିହ୍ନଟ, ନିକଟସ୍ଥ ୨ଟି ଗାଁକୁ ୨୮ଯାଏଁ ସଟ୍‌ଡାଉନ୍‌ କଲେ ସରପଞ୍ଚ

26/07/2020 at 8:19 AM

ଖୋର୍ଦ୍ଧା ୨୬।୦୭ ମହାମାରୀ କରୋନା କବଳରୁ ଲୋକଙ୍କୁ ରକ୍ଷା କରିବାକୁ ପୁଲିସ୍‌ ବାହିନୀ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛି । ତେବେ ଲୋକଙ୍କୁ ରକ୍ଷା କରିବାକୁ ଦିନରାତି ସଂଘର୍ଷ କରୁଥିବା ପୁଲିସ୍‌ କର୍ମୀ ଧୀରେ ଧୀରେ ଏହି ମହାମାରୀରେ କବଳିତ ହେବାରେ ଲାଗିଛନ୍ତି । ଖୋର୍ଦ୍ଧା ଜିଲ୍ଳା ଆରକ୍ଷୀ କାର୍ଯ୍ୟାଳୟ ସମେତ ଆଦର୍ଶ ଥାନା ଏବଂ ବାଣପୁର ଥାନାରେ କାର୍ଯ୍ୟରତ ପୁଲିସ କର୍ମଚାରୀ ସଂକ୍ରମିତ ହେବା ପରେ ନାଚୁଣୀ ଫାଣ୍ଡି, ଗମ୍ଭାରିମୁଣ୍ଡା ବିଟ୍‌ ହାଉସ ପୁଲିସ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । କେବଳ ପୁଲିସ୍‌ କର୍ମୀ ନୁହନ୍ତି ସେମାନଙ୍କ ଲୋକ ଏଥିରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ଏବେ କରୋନା ମହାମାରୀ ଆଇଆର୍‌ବି କ୍ୟାମ୍ପରେ ପ୍ରବେଶ କରିଛି । ଖୋର୍ଦ୍ଧା ଉପଖଣ୍ଡ ନାଲିପଡ଼ାଅର୍ଜୁନପୁର ପଞ୍ଚାୟତସ୍ଥିତ ୬ଷ୍ଠ ଆଇଆର୍‌ବି ବାଟାଲିୟନରେ ଜଣେ ରିର୍ଜଭ ପୁଲିସ କନେଷ୍ଟବଳଙ୍କ ରିପୋର୍ଟ ପଜିଟିଭ୍‌ ବାହାରିବା ପରେ ସ୍ଥାନୀୟ ସରପଞ୍ଚ ସୁବାସିନୀ ଦାସ କ୍ୟାମ୍ପ ପାର୍ଶରେ ଥିବା ନାଲିପଡ଼ାଅର୍ଜୁନପୁର ଗ୍ରାମ ଏବଂ ଗୋପପୁରିଆ ପାଟପୁର ଗ୍ରାମକୁ ୨୮ ତାରିଖ ସନ୍ଧ୍ୟା ଯାଏ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ।

ବାଟାଲିୟନ୍‌ କମାଣ୍ଡାଣ୍ଟ ନାରାୟଣ ଦୋରାଙ୍କ ସୂଚନା ଅନୁସାରେ ଏହି କ୍ୟାମ୍ପରୁ ପ୍ରାୟ ୨ଶହ ଯବାନଙ୍କ ସମେତ ୫ ଜଣ ଅଫିସର ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ନିୟୋଜିତ ହୋଇଥିଲେ । ପୁରୀରେ ସମସ୍ତଙ୍କର କୋଭିଡ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଥିଲା । ତେବେ ଆଜି ଆକ୍ରାନ୍ତ ହୋଇଥିବା କନେଷ୍ଟବଳ ଉକ୍ତ ସମୟରେ ଛୁଟିରେ ଘରକୁ ଯାଇଥିବାବେଳେ ଗତ କିଛି ଦିନ ହେବ କ୍ୟାମ୍ପକୁ ଫେରିଥିଲେ । ଗତକାଲି ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ସହ ଅନ୍ୟ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟରୁ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଆକ୍ରାନ୍ତ ରହୁଥିବା କ୍ୟାମ୍ପର ୧୨ ଜଣ କର୍ମଚାରୀଙ୍କୁ କଣ୍ଟେନମେଣ୍ଟରେ ରଖାଯାଇଛି ।

ଓଡ୍ରାଫ୍‌ ଟିମ୍‌ ତରଫରୁ ପୁରା ବାଟାଲିୟନ ପରିସରକୁ ବିଶୋଧନ କରାଯାଇଛି । ଏଠାକୁ ଯାତାୟାତ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିବାବେଳେ ରବିବାର ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଥିବା ଅନ୍ୟମାନଙ୍କର କୋଭିଡ୍‌ ପରୀକ୍ଷା କରାଯିବ । ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଶ୍ରୀ ଦୋରା ସୂଚନା ଦେଇଛନ୍ତି । କ୍ୟାମ୍ପରେ ରହୁଥିବା ପୁଲିସ କର୍ମଚାରୀମାନେ ନିୟମିତ ପଞ୍ଚାୟତର ନାଲିପଡ଼ାଅର୍ଜୁନପୁର ଏବଂ ଗୋପପୁରିଆ ପାଟପୁର ଗାଁରେ ଥିବା ବିଭିନ୍ନ ଦୋକାନ ବଜାର ଯାଉଥିଲେ । ତେଣୁ ସଂକ୍ରମଣ ବ୍ୟାପିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ୨ଗ୍ରାମକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ସରପଞ୍ଚ ଶ୍ରୀମତି ଦାସ ସୂଚନା ଦେଇଛନ୍ତି ।

   Related Posts