ଚଣ୍ଡିଖୋଲ ୨୯।୧୦: ଚଣ୍ଡିଖୋଲ ଆରଟିଓ ଅଧୀନରେ ହୋଇଥିବା ଭୂତ ଗାଡି କେଳେଙ୍କାରୀରେ ଆରଟିଓଙ୍କ ସହ ବହୁ ଅଧିକାରୀ ନିଲମ୍ବିତ ହେବା ପରେ ଏବେ ସମାନ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି । ଗୋଟିଏ ନମ୍ବରରେ ଏକାଧିକ ଗାଡି ଚାଲୁ ଥିବାର ନଜରକୁ ଆସିଛି ।
{"id":352619,"width":582,"height":318,"sizeSlug":"large"}ଏକ ୧୦ ଚକିଆ ଟ୍ରକ୍ ରେ ଓଆର ୦୯ ଜି-୯୬୨୩ ନମ୍ବ ବିଶିଷ୍ଟ ନମ୍ବର ପ୍ଲେଟ୍ ଲାଗିଥିବା ବେଳେ ଆଉ ଏକ ହାଇୱାରେ ମଧ୍ୟ ସମାନ ନମ୍ବରର ନମ୍ବର ପ୍ଲେଟ୍ ରହିଛି । ଗୋଟିଏ ନମ୍ବରରେ ଚାଲିଛି ଦୁଇ ଦୁଇଟି ଗାଡି । ତେବେ ଗୋଟିଏ ନମ୍ବରରେ କିଭଳି ଦୁଇଟି ଗାଡିରେ ଲାଗିଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
{"id":352620,"width":579,"height":324,"sizeSlug":"large"}ପରିବହନ ବିଭାଗର ଆଖିରେ ଧୂଳି ଦେଇ ରାଜରାସ୍ତାରେ ଏଭଳି ଗୋଟିଏ ନମ୍ବର ଥାଇ ଅନେକ ଗାଡି ଚାଲୁଥିବା ନଜରକୁ ଆସୁଛି । ଏହାଦ୍ବାରା ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବହାନୀ ମଧ୍ୟ ହେଉଛି । ସେପଟେ ଗାଡି ମାଲିକମାନେ ଟିକସ ଫାଙ୍କି ଚାଲିଛନ୍ତି । କେଉଁଝର, ଯାଜପୁର, ଚଣ୍ଡିଖୋଲ ଆରଟିଓର ନମ୍ବର ଲଗାଇ ଏଭଳି ଭାବେ ଗାଡି ଚାଲୁଥିବା ଦେଖିବାକୁ ମିଳୁଛି ।
{"id":352622,"width":580,"height":321,"sizeSlug":"large"}ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି । ଅନ୍ୟପଟେ ଚଣ୍ଡିଖୋଲ ଆରଟିଓ କହିଛନ୍ତି ଏ ଦିଗରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ।