ଶିଶୁକୁ ଦୁଇଥର ଜାପାନି ଜ୍ବର ପ୍ରତିଷେଧକ ଟୀକା ଦିଆଯାଇଥିବା ଅଭିଯୋଗ

Published By : Prameya-News7 Bureau | November 24, 2019 IST

ଜଗତସିଂହପୁର ୨୪।୧୧: ଗୋଟିଏ ଶିଶୁକୁ ଦୁଇ ଦୁଇଥର ଜାପାନି ଜ୍ବର ପ୍ରତିଷେଧକ ଟୀକା ଦିଆଯାଇଥିବା ଅଭିଯୋଗ । ଜଗତସିଂହପୁର ଜିଲ୍ଲା ଶାଳଜଙ୍ଗ ଗାଁର ଘଟଣା । ଶାରଦା ସେଠୀଙ୍କ ୮ ବର୍ଷର ପୁଅ ସୌମ୍ୟ ରଂଜନ କୁ ଦୁଇ ଦୁଇ ଥର ଟୀକା ଦିଆଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବାଲିକୁଦା ଥାନାରେ ଏତଲା ଦିଆଯାଇଛି ।

{"id":188925,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶାଳଜଙ୍ଗ ଗାଁରେ ଗତ ୧୮ ତାରିଖ ଦିନ ଶାରଦାଙ୍କ ପୁଅ ପ୍ରାଥମିକ ବିଦ୍ୟାଳୟରେ ଟୀକା ନେଇଥିଲା । ତେବେ ଗତକାଲି ସଂପୃକ୍ତ ଶିଶୁର ମାଇଁ ତାଙ୍କର ଦୁଇ ବର୍ଷରୁ ପୁଅକୁ ଟୀକା ଦେବା ପାଇଁ ଯାଇଥିଲେ । ଯେଉଁସମୟରେ  ପୂର୍ବରୁ ଟୀକା ନେଇଥିବା ଶିଶୁଟି ଉପସ୍ଥିତ ଥିଲା । ତାକୁ ମଧ୍ୟ ସଂପୃକ୍ତ ଏଏନଏମ ଟୀକା ଦେଇଛନ୍ତି । ଯାହା ବିଷୟରେ ଜଣାପଡ଼ିବା ପରେ ପରିବାର ଲୋକ ଏଏନଏମଙ୍କୁ ପଚାରିଥିଲେ କିନ୍ତୁ ସେ  ପରିବାର ଲୋକଙ୍କୁ ଦୁର୍ବ୍ୟହାର କରିଥିବା ଅଭିଯୋଗ କରି ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି । ସେପଟେ ଶିଶୁଟିର କିଛି ହେବ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.