Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଟୁରିଷ୍ଟ ଭିସାରେ ଆସି ଭାରତରେ କରୁଛନ୍ତି ଦେହ ବ୍ୟବସାୟ,୨ ଉଜବେକ୍ ମହିଳାଙ୍କ ସମେତ ୩ ଗିରଫ

24/08/2019 at 3:58 PM

ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ବିଦେଶୀ ମହିଳାଙ୍କ ଦେହ ବ୍ୟବସାୟ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ। ମାମଲାରେ ପୋଲିସ ଜଣେ ନେପାଲ ଓ ୨ ଜଣ ଉଜବେକିସ୍ତାନ ଏପରି ୩ ଜଣ ବିଦେଶୀ ଯୁବତୀଙ୍କୁ ଗିରଫ କରିଛି। ଉଜବେକିସ୍ତାନର ୨ ଯୁବତୀ ଏଠାକୁ ଟୁରିଷ୍ଟ ଭିସାରେ ଆସିଥିଲେ। ଭିସା ଅବଧି ଶେଷ ହେବା ପରେ ସେମାନେ ନିଜ ଦେଶକୁ ଫେରିଯିବା ବଦଳେ ଏଠାରେ ଦେହ ବ୍ୟବସାୟରେ ଲିପ୍ତ ହୋଇଯାଇଥିଲେ।

ମାମଲାରେ ପୋଲିସ ସେମାନଙ୍କୁ ଏଭଳି କାର୍ଯ୍ୟରେ ନିୟୋଜିତ କରିଥିବା ଜନ ମସିହ ନାମକ ଦଲାଲକୁ ମଧ୍ୟ ଗିରଫ କରିଛି। ବିଡିଏ କଲୋନୀର କୋହେଫିଜା ବିଲ୍ଡିଂରେ ଦେହ ବ୍ୟବସାୟର ସୂଚନା ପାଇ ପୋଲିସ ଚଢଉ କରିଥିଲା। ଚଢଉ ବେଳେ ୩ ଜଣ ବିଦେଶୀ ଯୁବତୀଙ୍କ ସହ ସୁଯୋଗ ଓ କପିଲ ନାମକ ୨ ଜଣ ଗ୍ରାହଙ୍କୁ ଧରି ଥାନାକୁ ନିଆଯାଇଥିଲା। ପଚରା ଉଚରା ବେଳେ ଯୁବତୀମାନେ ବିଦେଶୀ ହୋଇଥିବା ଓ ସେମାନଙ୍କ ଭିସା ଶେଷ ହୋଇଯାଇଥିବା ଜଣାପଡିଥିଲା। 

ଏମାନେ ଗତ ବର୍ଷ ୧୫ ଦିନିଆ ଟୁରିଷ୍ଟ ଭିସାରେ ଭାରତ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣକର ବିବାହ ଉତ୍ତର ପ୍ରଦେଶ ଆଗରାରେ ହେବାର ଥିଲା।  ହେଲେ କୌଣସି କାରଣ ଯୋଗୁ ବିବାହ ହୋଇପାରିନଥିବା ବେଳେ ଭିସା ଅବଧି ସରିଯାଇଥିଲା। ଏଣୁ ପେନାଲ୍ଟି ଭାବେ ସେ ଆମ୍ବାସୀଙ୍କ କାର୍ଯ୍ୟାଳୟରେ ୪ଶହ ଡଲାର ଜମା ମଧ୍ୟ କରିଥିଲେ। ହେଲେ ଦୁଇ ଯୁବତୀ ଭିସା ଅବଧି ସମ୍ପ୍ରସାରଣ ନିମନ୍ତେ ଆବେଦନ ନ କରି ଏଠାରେ ଦେହ ବ୍ୟବସାୟ କରୁଥିଲେ। ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଜେଲକୁ ପଠାଇ ଦିଆଯାଇଥିବା ଜଣାପଡିଛି। ଭୋପାଲ ଏଏସପି ନିଶ୍ଚଲ ଝାରିଆଙ୍କ ଅନୁସାରେ ଏମାନେ ଟୁରିଷ୍ଟ ଭିସାରେ ଆସି ଏଠାରେ ପ୍ରାୟତଃ ଦେହ ବ୍ୟବସାୟ କରୁଛନ୍ତି। ସେମାନଙ୍କୁ ଭାରତ ଡକାଉଥିବା ଲୋକେ ସେମାନଙ୍କ ଲାଗି ଦେଶର ବିଭିନ୍ନ ସହରରେ ଗ୍ରାହକ ବୁଝି ସେଠାକୁ ପଠାନ୍ତି ବୋଲି ଏଏସପି କହିଛନ୍ତି । ତେବେ ଏହି ୨ ଯୁବତୀ ଦିଲ୍ଲୀରୁ ଏଠାକୁ ଆସିଥିଲେ।

   Related Posts