ବିଜେପିର ମିଶନ ପଶ୍ଚିମ ଓଡ଼ିଶା : ଆଜି ବଲାଙ୍ଗୀର କଣ୍ଟାବାଞ୍ଝିରେ ଓବିସି ସମ୍ମିଳନୀରେ ଯୋଗଦେବେ ୨ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | February 14, 2019 IST

କଣ୍ଟାବାଞ୍ଝି ୧୪|୨: ଆଉ କିଛି ଦିନ ପରେ ଘୋଷଣା ହେବ ନିର୍ବ।ଚନ ତାରିଖ । ହେଲେ ତା ଆଗରୁ ତୃଣମୂଳ ସ୍ତରରେ ସଂଗଠନ ମଜବୁତ ଏବଂ ଭୋଟରଙ୍କୁ ଆକୃଷ୍ଠ କରିବାରେ ଫୁଲ୍ ଦମ୍‌ରେ ଲାଗିଛନ୍ତି ତିନି ପ୍ରମୁଖ ଦଳ ନେତା ଓ କର୍ମୀ ।

ଆଜି ଦିନକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ ।  କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଗ୍ରାମୀଣ ଉନ୍ନୟନ ବିଭାଗ ମନ୍ତ୍ରୀ ରାମକ୍ରିପାଲ ଯାଦବ କଣ୍ଟାବାଞ୍ଝିରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଓବିସି ମୋର୍ଚ୍ଚ। ସଭାରେ ଉଦବୋଧନ ଦେବେ ।  କଣ୍ଟାବାଞ୍ଝିଠାରେ ହେଲିକପ୍ଟରରୁ ଓହ୍ଲାଇ ସଭାରେ ଯୋଗଦେବେ ଦୁଇ କେନ୍ଦ୍ର ମନ୍ତ୍ରୀ । ସଭାରେ କଳାହାଣ୍ଡି ଓ ବଲାଙ୍ଗିର ସାଂସଦ ନିର୍ବ।ଚନମଣ୍ଡଳୀରୁ ଓବିସି ମୋର୍ଚ୍ଚ।ର ହଜାର ହଜାର ଲୋକ ଯୋଗ ଦେବେ । ଏ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.