ପୋଲିସକୁ ଚକ୍‌ମା ଦେଇ ଦୁଇ ବିଚାରଧୀନ କଏଦୀ କୋର୍ଟ ପରିସରରୁ ଚମ୍ପଟ୍

Published By : Prameya-News7 Bureau | November 28, 2018 IST

ଜୟପୁର ୨୮|୧୧:  ପୋଲିସ ହାତରୁ ୨ କଏଦୀ ଚମ୍ପଟ୍ । ଜୟପୁର କୋର୍ଟରେ ହାଜର ହେବା ପାଇଁ ଆସିଥିବାବେଳେ ୨ଜଣ କଏଦୀ ଚମ୍ପଟ୍ ମାରିଛନ୍ତି । ଏମାନଙ୍କୁ ଜୟପୁର ସବ୍ ଜେଲ୍‌ରୁ ଅଣାଯାଇଥିଲା । ଦୁଇ ଜଣ ବିଚାରଧୀନ କଏଦୀ ହେଲେ କେ. ପଓ୍ବନ କୁମାର ରାଓ ଏବଂ ଲାଲା ବାହଦୂର ଦର୍ଜୀ । ଏହି ଦୁଇ କଏଦୀଙ୍କର ଆଜି କୋର୍ଟରେ ମାମଲାର ବିଚାର ହେବାର ଥିଲା । ଚମ୍ପଟ୍ କଏଦୀ ଦୁଇ ଜଣଙ୍କୁ ପୋଲିସ କାବୁ କରିବା ପାଇଁ ଉଦ୍ୟମ ଜାରି ରଖିଛି । ସୂଚନା ଅନୁସାରେ ଏକ ଗଣ୍ଡଗୋଳ ମାମଲାରେ ଦୁଇ ଜଣ କିଛି ମାସ ପୂର୍ବରୁ ଆସିଥିଲେ । ସେମାନଙ୍କୁ ଜୟପୁର ସବ୍ ଜେଲ୍‌ରେ ରଖାଯାଇଥିଲା । ବିଚାରଧୀନ କଏଦୀ ଭାବେ ସେମାନେ ଜେଲ୍ ରେ ଥିଲେ । ଆଜି ସେମାନଙ୍କର ମାମଲାର ଶୁଣାଣି ହେବାର ଥିଲା । ମାତ୍ର କୌଶଳ କ୍ରମେ ଶୁଣାଣି ପୂର୍ବରୁ ସେମାନ କୋର୍ଟ ପରିସରରୁ ପୋଲିସକୁ ଚକମା ଦେଇ ଖସିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.