Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଜେଲ୍ ଅଧିକାରୀଙ୍କ ମାଡରେ ୨ ବିଚାରାଧୀନ କଏଦୀ ଗୁରୁତର

10/07/2021 at 4:47 PM

ବରଗଡ ୧୦।୭: ବରଗଡ ସବଜେଲର ଅଧିକାରୀ ଦୁଇ ବିଚାରାଧୀନ କଏଦୀଙ୍କୁ ନିସ୍ତୁକ ମାଡ ମାରିଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଜେଲ୍ ଅଧିକାରୀଙ୍କ ମାଡରେ ଉଭୟ କଏଦୀ ଗୁରୁତର ହୋଇପଡିଛନ୍ତି ।

ସୂଚନାଯୋଗ୍ୟ ଯେ, ଏକ ଡକାୟତି ମାମଲାରେ ବରଗଡ ଉପକାରଗାରରେ ବିଚାରାଧୀନ କଏଦୀ ଭାବେ ରହୁଛନ୍ତି ଦୀପକ ଗୁପ୍ତା ଓ ଲାଲବାବୁ ଚୌଧୁରୀ । ତେବେ ୪ -୫ ଦିନ ପୂର୍ବରୁ ସେମାନଙ୍କୁ ଜେଲ ଭିତରେ କେତେକ କର୍ମଚାରୀ ନିସ୍ତୁକ ମାଡ଼ ମାରିଥିବା ନେଇ ଉଭୟଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି । ତେବେ ଜେଲ ଭିତରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବାରୁ ସେମାନେ ଏହାର ବିରୋଧ କରିବାରୁ ସେମାନଙ୍କ ପୁଅକୁ ଜେଲର କେତେକ କର୍ମଚାରୀ ମାଡ଼ ମାରିଥିବା କହିଛନ୍ତି ଦୀପକ ଗୁପ୍ତାଙ୍କ ମା’ । ସେହିପରି କର୍ମଚାରୀଙ୍କ ମାଡ଼ରେ ତାଙ୍କ ପୁଅଙ୍କ ଶରୀର ସାରା ନୋଳା ପଡିଯାଇଥିବା କହିଛନ୍ତି ଲାଲବାବୁ ଚୌଧୁରୀଙ୍କ ମା’। ତେବେ ବରଗଡ଼ ସବଜେଲ୍ ର ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ଆଇନଜୀବୀ ଅନନ୍ତ ଶୟନ ପାଢ଼ୀ ।

ବରଗଡ଼ ଉପକାରଗାରର ଅଧିକାରୀଙ୍କ ବିରୋଧରେ ମାଡ଼ ମରା ଅଭିଯୋଗ ଘଟଣା ସମ୍ପୂର୍ଣ୍ଣ ଭିତ୍ତିହୀନ । ଉଭୟ କଏଦୀ ଓଲଟି ଅନ୍ୟ କଏଦୀମାନଙ୍କ ସହ ପ୍ରତିଦିନ ଗଣ୍ଡଗୋଳ କରିବା ସହ ଜେଲ୍ କର୍ମଚାରୀଙ୍କୁ ଧମକ ଚମକ ଦେଉଥିଲେ ବୋଲି କହିଛନ୍ତି ଆସିଷ୍ଟାଣ୍ଟ ଜେଲର ଅଞ୍ଜଳି ପଟେଲ । ତେବେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲାପରେ ହିଁ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ।

   Related Posts