ପୋଖରୀରେ ବୁଡି ଜାଆଁଳା ଭାଇ ମୃତ

Published By : Prameya-News7 Bureau | January 19, 2022 IST

ଧର୍ମଗଡ ୧୯।୦୧:  କଳାହାଣ୍ଡି  ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ମହାଲିଙ୍ଗ ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଘଟି ଯାଇଛି । ଗାଁର ପୋଖରୀରେ ଯାଆଁଳା ଭାଇ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି। ପୋଖରୀରୁ ଦୁଇ ଭାଇଙ୍କୁ ଉଦ୍ଧାର କରି ପରିବାର ଲୋକେ ସ୍ଥାନୀୟ ବୋର୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କଟିଥିଲେ। ମୃତ ଦୁଇ ଯାଆଁଳା ଭାଇ ହେଲେ ମହାଳିଙ୍ଗ ଗାଁର ରୋହିତ ସାହୁଙ୍କ ପୁଅ ପୀୟୂଷ ସାହୁ ଓ ୟସ ସାହୁ l ଉକ୍ତ ଘଟଣାପରେ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.