ଟ୍ରକ ପଛପଟୁ ଧକ୍କାଦେଲା ଆଉ ଏକ ଟ୍ରକ: ଡ୍ରାଇଭର ଓ ହେଲପର ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
25/11/2019 at 9:11 AM

ମୁନିଗୁଡା ୨୫।୧୧: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରାଣିପିଣ୍ଡା ନିକଟ ରାସ୍ତାକଡରେ ଛିଡ଼ା ହେଇଥିବା ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ଧକ୍କା ଦେଇଥିବା ଟ୍ରକ୍ ର ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଣିପିଣ୍ଡା ନିକଟରେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ। ଦୁର୍ଘଟଣାରେ ଧକ୍କା ଦେଇଥିବା ଟ୍ରକର ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ଡ୍ରାଇଭର ଙ୍କୁ ପ୍ରଥମେ ଅମ୍ବାଦଳା ମେଡିକାଲ ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରବଳ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଟ୍ରକ୍ ଟି ବିଶାଖାପାଟଣା ରୁ ରାୟପୁର ଯାଉଥିଲା ବୋଲି ଜଣାପଡିଛି ।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021