Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଳାହାଣ୍ଡି ଢେପଗୁଡା ଘାଟିରେ ଦୁର୍ଘଟଣାଗ୍ରସ୍ତ ହେଲା ଦୁଇଟି ଟ୍ରକ୍

10/04/2019 at 11:57 AM

କଳାହାଣ୍ଡି ୧୦|୪ : ଭବାନୀପାଟଣା-ରାୟଗଡା ରାଜ୍ୟ ରାଜପଥର ସିକେରକୁପା ଢ଼େପଗୁଡା ଘାଟି ମଙ୍ଗଳା ମନ୍ଦିର ପାଖରେ ଆଜି ସକାଳୁ ଦୁଇଟି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏମ୦୯ଏଚଜି୩୨୧୪ ନମ୍ବର ବିଶିଷ୍ଟ ଗହମ ବୋଝେଇ ଟ୍ରକ୍ ରାୟଗଡା ପଟକୁ ଯାଉଥିବା ସମୟରେ ରାସ୍ତା ଉପରେ ଓଲଟି ପଡିଛି । ସେହିପରି ଭବାନୀପାଟଣା ପଟକୁ ଯାଉଥିବା ଆରଜେ୦୭ଜିଏ୯୧୫୫ ନମ୍ବର ବିଶିଷ୍ଟ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଏକ ଗଛରେ ପିଟି ହୋଇଯାଇଛି। ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

   Related Posts