ଅନୁଗୋଳ, ୨୬ ।୦୯: ଅନୁଗୋଳ ଜିଲ୍ଲା ସାନ ହିଂସର ନିକଟରେ ଏକ ଟ୍ରକକୁ ଆଉ ଏକ ଟ୍ରକ ପଛରୁ ଧକ୍କା ଦେଇଛି । ଏଥିରେ ଟ୍ରକ ଡ୍ରାଇଭର ପ୍ରାଣ ହରାଇଛନ୍ତି। ତେବେ ସେ ଚାପିହୋଇ ଟ୍ରକ୍ ଭିତରେ ରହିଥିବା ସୂଚନା ମିଳିଛି। ଗ୍ୟାସ କଟର ସାହାଯ୍ୟରେ କାଟି ତାଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଅନଗୁଳ ଜିଲ୍ଲା ଏନଏଚ-୫୫ ସାନହିଂସର ଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକର ପଛପଟରେ ଅନ୍ୟ ଏକ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଟ୍ରକ ଭିତରେ ଚାପି ହୋଇ ରହିଥିବା ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ।
ଖବର ମୁତାବକ, ସାନ ହିଂସର ଅର୍ଣ୍ଣପୁନ୍ନା ହୋଟେଲ ନିକଟରେ ଏକ ଟ୍ରକ ଛିଡା ହୋଇଥିଲା। ସମ୍ବଲପୁର କଡ଼ରୁ ଅନଗୁଳ ଅଭିମୁଖେ ଆସୁଥିବା ଏକ ୧୪ ଚକିଆ ଟ୍ରକ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଚାପି ହୋଇ ଯାଇଥିଲେ ଡ୍ରାଇଭର। ସ୍ଥାନୀୟ ଲୋକ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ଉଦ୍ଧାର କରି ପାରିନଥିଲେ।ପରେ ଦମକଳ ବାହିନୀ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ଗ୍ୟାସ କଟର ସାହାଯ୍ୟରେ କାଟି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜରପଡା ପୋଲିସ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ କରୁଛି .।