Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲେଶ୍ବରରେ ପ୍ରବାସୀଙ୍କୁ ନେଇ ପହଞ୍ଚିଲା ୨ଟି ଟ୍ରେନ: କିନ୍ତୁ ବସ୍ ଯାତ୍ରାରେ ନଥିଲା ସାମାଜିକ ଦୂରତ୍ବ, ମିଳିଲାନି ପିଇବାକୁ ପାଣି

15/05/2020 at 7:20 PM

ବାଲେଶ୍ବର୧୫/୫: ବାଲେଶ୍ୱର ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ଦିନକୁ ଦିନ ବଢୁଛି । ଗତକାଲି ୩୩ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବାଲେଶ୍ୱର ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଁଞ୍ଚିଛି। ତେବେ ପ୍ରବାସୀ ଓଡିଆଙ୍କ ଲାଗି ଜିଲ୍ଲା ପ୍ରଶାସନ କରିଥିବା ବ୍ୟବସ୍ଥା ଏବଂ କରୋନା ମୁକାବିଲା ପଦକ୍ଷେପ ଯଥାର୍ଥ ନଥିବା ମନେ ହେଉଛି। ରେଳ ଷ୍ଟେସନରେ ଯାତ୍ରୀ ଓହ୍ଲାଇବା ପରେ ସେମାନଙ୍କୁ ଯେଉଁଭଳି ଭାବେ ସେମାନଙ୍କ ନିଜ ନିଜ ବ୍ଲକକୁ ନିଆଯାଉଛି ତାହା ଆଶ୍ଚର୍ଯ୍ୟ କରିଛି।

ପ୍ରବାସୀ ଓଡିଆଙ୍କୁ ନେଇ ଦୁଇଟି ଟ୍ରେନ ଗତକାଲି ବାଲେଶ୍ୱର ଷ୍ଟେସନରେ ପହଞ୍ଚି ଥିଲା। ମହାରଷ୍ଟ୍ର ଓ ଗୁଜୁରାଟରୁ ଆସିଥିଲେ ୧୧୧୮ଜଣ । ସେମାନେ ଷ୍ଟେସନରେ ପହଞ୍ଚିବା ପରେ, ବସ ଯୋଗେ ନିଆ ଯାଇଥିଲା ନିଜ ନିଜ ବ୍ଲକକୁ। ତେବେ ବସରେ ସେମାନଙ୍କୁ ନିଆଯିବାବେଳର ସାମାଜିକ ଦୂରତାକୁ ଭୁଲି ଯାଇଛନ୍ତି ଜିଲ୍ଲା ପ୍ରଶାସନ। ଷ୍ଟେସନରେ ସମସ୍ତଙ୍କୁ ଖାଦ୍ୟ ପୁଡିଆ ଦିଆଯାଇଥିଲା , ବସ ଭିତରେ ସେହି ଖାଦ୍ୟ ଖାଇବା ପରେ ବର୍ଜ୍ୟ ସାମଗ୍ରୀକୁ ପକାଇବା ପାଇଁ କୌଣସି ଡଷ୍ଟବିନ ନଥିଲା। ଫଳରେ ରାସ୍ତାରେ ସେହି ପୁଡିଆ ପ୍ୟାକେଟଗୁଡିକକୁ ପକାଉଥିଲେ ପ୍ରବାସୀମାନେ । ସେପଟେ ବାଲିଆପାଳ ବିଡିଓଙ୍କ ବାକ୍ୟ ଆଉ ବ୍ୟବହାର ଏବେ ଚର୍ଚ୍ଚାରେ ରହିଛି।

ପ୍ରବାସୀ ଓଡିଆଙ୍କୁ ରେଳ ଷ୍ଟେସନରେ ସ୍ୱାଗତ ସହ ପ୍ରଶାସନ ପକ୍ଷରୁ ବସ ବି ଯୋଗାଇ ଦିଆଯାଇଥିଲା। କିନ୍ତୁ ବସରେ ସାମାଜିିକ ଦୂରତା ନିୟମ ଥିଲା ବହୁ ଦୂରରେ। ସେହିପରି କ୍ୱାରେଣ୍ଟାଇନ୍‌ ସେଣ୍ଟରର ପାଇଁ ସରକାରଙ୍କ ତହବିଲରୁ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଅନୁସଙ୍ଗିକ ବ୍ୟବସ୍ଥାରେ ତୃଟି ପରିଲକ୍ଷିତ ହୋଇଛି। ପ୍ରବାସୀ ଓଡିଆ ସେଠାରେ ପହଞ୍ଚିବା ପରେ ପିଇବା ପାଇଁ ପାଣି ଟୋପାଏ ବି ନଥିଲା। ଏହା ଅବ୍ୟବସ୍ଥାର ପ୍ରମାଣ ନୁହେଁ କି ?

   Related Posts