ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ଜଳିଗଲା ୨ଟି ଟାୟାର ଗୋଦାମ, ଅଳ୍ପକେ ବର୍ତ୍ତିଗଲା ରହମତ ନଗର
25/12/2020 at 9:09 AM

ରାଉରକେଲା୨୫/୧୨: ଭୟାବହ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଗଲା ରହମତ ନଗର । ରାଉରକେଲା ୨୧ ନମ୍ବର ସେକ୍ଟର ନିକଟରେ ଥିବା ରହମତ ନଗର ବସ୍ତିରେ ଦୁଇଟି ଟାୟାର ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଫାୟାର ବ୍ରିଗେଡ଼ ଟିମ୍ ଏବଂ ପୋଲିସ ଠିକ ସମୟରେ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ। ଯାହାଫଳରେ ୩୦୦ ବଖରା ନିଆଁ ଦାଉରୁ ରକ୍ଷା ପାଇଯାଇଥିଲା।
ମିଳିଥିବା ସୂଚନା ମୁତାବକ, ରାତି ପ୍ରାୟ ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା।ନିଆଁ ଆୟତ୍ତ କରିବା ପାଇଁ ୪ଟି ଫାୟାର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପ୍ଲାଣ୍ଟସାଇଟ୍ ଥାନା ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲେ ।
Related Posts
ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
22 January 2021
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021