ସଇଁତଳା ବଡମାଲ ଗୋଳାବାରୁଦ କାରଖାନା ନିକଟରେ ୨ଟି ନୁହଁ, ବୁଲୁଛନ୍ତି ୩ଟି ବାଘ : ଦୁଇଟି ବାଘୁଣୀ ଏବଂ ଗୋଟିଏ ଶାବକ

Published By : Prameya-News7 Bureau | December 15, 2018 IST

ବଲାଙ୍ଗିର୧୫|୧୨: ପଶୁ ପକ୍ଷୀଙ୍କ ପାଇଁଜଙ୍ଗଲ ହିଁଜୀବନ। ହେଲେ ଏଶବ୍ଦଟି ଏବେଆମ ସମାଜପାଇଁ ମୂଲ୍ୟହୀନହୋଇପଡିଛି। କାରଣ ଜଙ୍ଗଳରମୂଲ୍ୟ ଯେକେତେ ତାହାକାହାରିକୁ ଜଣାନାହିଁ। କରିଚାଲିଛନ୍ତି ଜଙ୍ଗଲ ଧ୍ବସଂ। ଆଉ ତାହାରପରିମାଣ ସମାଜକୁ ହିଁଭୋଗିବାକୁ ପଡୁଛି। ଏଭଳି ଏକ ଘଟଣାଘଟିଛି ବଲାଙ୍ଗୀରଜିଲ୍ଲା ସଇଁନ୍ତଳାବଡମାଲ ଗୋଲାବାରୂଦକାରଖାନା ନିକଟରେ।ରାସ୍ତା ଉପରେକଲରାପତରିଆ ବାଘବୁଲୁଥିବା ଭିଡିଓହୋଇଛି ଭାଇରାଲ। ଭିଡିଓ ଭାଇରାଲ ହେବାପରେ ଏବେଆତଙ୍କିତ ଅବସ୍ଥାରେସ୍ଥାନୀୟ ଲୋକେ। ସେପଟେ ଦୁଇଟି ବାଘନୁହଁତିନିଟି ବାଘ ବୋଲି ବନ ବିଭାଗ ପକ୍ଷରୁ କୁହାୟାଉଛି । ଏଥିରେ ଦୁଇଟି ବାଘୁଣୀ ଥିବା ବେଳେ ଗୋଟିଏ ଶାବକରହିଛି

।  

{"id":64103}

ଏକାଥରକେ ଦୁଇଟି କଲରାପତରିଆବାଘ ରାସ୍ତାଉପରେ ବୁଲୁଥିବାଏକ ଭିଡିଓସୋସିଆଲ ମିଡିଆରେଭାଇରାଲ ହୋଇଥିଲା। ରାତି ସମୟରେଗୋଟିଏ କାରଭିତରେ ରାସ୍ତାରେଯାଉଥିବା ସମୟରେକାରରେଥିବା ଲୋକେ ଦେଖିଥିଲେ ବାଘଦୁଇଟିକୁ। ପ୍ରଥମ ଲାଇଟଅଫ କରିବାପରେ ପୁଣିଲାଇଟ ଅନକରିଥିଲେ। ହେଲେ ଲାଇଟପଡିବା ସତ୍ବେମଧ୍ୟ କୌଣସିପ୍ରକାର ପ୍ରତିକ୍ରିଆନକରି ନିର୍ଭୟରେରାସ୍ତା ଉପରେବୁଲିଥିଲେ ବାଘଦୁଇଟି। କିଛି ସମୟରେପରେ ରାସ୍ତାକଡରେ ବୁଦାଳିଆଜଙ୍ଗଳ ଭିତରକୁଚାଲିଯାଇଥିଲେ ବାଘଦୁଇଟି ।କାର ଭିତରେଥିବା ଜଣେବ୍ୟକ୍ତି ଏସମସ୍ତ ଘଟଣାକୁମୋବାଇଲ କ୍ୟାମେରାରେଫଟୋ ସହଭିଡିଓ ସୁଟିଙ୍ଗକରିଥିଲେ।

{"id":64105}

ସେପଟେ ଏକଥାକୁ ବନବିଭାଗ ଜାଣିବାପରେ ତଦନ୍ତକରି ବାଘରହିଥିବା ସେଅଞ୍ଚଳରେ ସ୍ବିକାରକରିଛି। ତେବେ ଗତଗୁରୁବାରଦିନ ରାତି୨ ଟା ସମୟରେ ଗୋଲାବାରୁଦକାରଖାନା ପରିସରରେରହୁଥିବା କିଛିକର୍ମଚାରୀ କାମସାରି ଫେରୁଥିବାସମୟରେ ଚାରିଚକିଆଯାନଭିତରୁ  ଏଭଳି ଦୃଶ୍ୟ ଦେଖିଥିଲେ।   ତେବେ ସ୍ଥାନୀୟ ବର୍ଣ୍ଣିଜଙ୍ଗଲ ଅଞ୍ଚଳରେବାଘ ରହୁଥିବାନେଇ ବଲାଙ୍ଗୀରଅଞ୍ଚଳରେ ଚର୍ଚ୍ଚାହେଉଥିଲା। ତେବେ ଏହିଭାଇରାଲ ଭିଡିଓଟି ଏକଥା କୁଏବେ ସତପ୍ରମାଣିତ କରିଛି।

{"id":64104}

ବାଘଦୁଇଟି କଲରାପତରିଆବାଘ  ଓ ଖାଦ୍ୟ ଅନ୍ବେଷଣରେ ବାହାରକୁ ଆସିଥାଇପାରନ୍ତିବୋଲି କହିଛନ୍ତିଟିଟିଲାଗଡ ବନବିଭାଗ ।  ଆଜି ବନ ବିଭାଗକହିଛି ଯେ,ଦୁଇଟି ନୁହଁତିନିଟି ବାଘ ବୁଲୁଛନ୍ତି । ତେବେ ଏହି ଜଂଗଲରେ କେତେ ବାଘ ଅଛନ୍ତି ସେ ସମ୍ପର୍କରେ ବନ ବିଭାଗପକ୍ଷରୁ କିଛି ସୂଚନା ମିଳିନି । ତେବେ ସ୍ଥାନୀୟଅଞ୍ଚଳରେ ବାଘବୁଲୁଥିବା ଭିଡିଓଭାଇରାଲ ହେବାପରେ ଭୟଭୀତଅବସ୍ଥାରେ ଅଛନ୍ତିସ୍ଥାନୀୟ ବାସିନ୍ଦା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.