Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଫନି’ ମୁକାବିଲା ପାଇଁ ସମୁଦ୍ର ଉପକୂଳ ଜିଲ୍ଲାରେ ଦୁଇ ହଜାର ଅଗ୍ନିଶମ କର୍ମଚାରୀ ସଜାଗ

1/05/2019 at 5:39 PM

ଭୁବନେଶ୍ବର ୧|୫: ଆସନ୍ତା ୩ ତାରିଖ ଅପରାହ୍ନରେ ପୁରୀ ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ସାମୁଦ୍ରିକ ଝଡ଼ ବାତ୍ୟା ଫନି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୮୦ରୁ ୧୯୦ କିଲୋମିଟର ରହିବ, ସ୍ଥଳ ବିଶେଷରେ ଏହା ୨୦୦ କିଲୋମିଟରକୁ ଟପିପାରେ ବୋଲି ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ଟେଲିଫୋନ୍‌ ଟାଓ୍ବାର, ଇଲେକ୍ଟ୍ରି ଟାଓ୍ବାର ଏବଂ ଗଛ ଭାଙ୍ଗାବାର ଆଶଙ୍କା ରହିଛି । ଏଥି ଯୋଗୁଁ ରାସ୍ତା ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହେବାର ସମ୍ଭାବନା ରହିଛି । ଏମିତିରେ ତୁରନ୍ତ ଗଛ ହଟାଇବା ଏକ ପ୍ରମୁଖ କାର୍ଯ୍ୟ । ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ଗଞ୍ଜାମରୁ ବାଲେଶ୍ବର ପର୍ଯ୍ୟନ୍ତ ସମୁଦ୍ର ଉପକୂଳ ଜିଲ୍ଲାରେ ୨ହଜାର ଅଗ୍ନିଶମ କର୍ମଚାରୀଙ୍କୁ ସଜାଗ ରଖାଯାଇଛି ।

ସେହିଭଳି ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଭଳି ଜିଲ୍ଲାରେ ଅଗ୍ନିଶମ କେନ୍ଦ୍ରର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି । ଏହାଛଡ଼ା ବାତ୍ୟା ଆଶଙ୍କା ନଥିବା ବୌଦ୍ଧ, ଫୁଲବାଣୀ, ବଲାଙ୍ଗିର, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ଦେଓଗଡ଼, ସମ୍ବଲପୁର, ଢ଼େଙ୍କାନାଳ ଜିଲ୍ଲାରୁ ଅଧିକ ୩୮୨ କର୍ମଚାରୀଙ୍କୁ ବାତ୍ୟା ପ୍ରଭାବିତ ଜିଲ୍ଲାକୁ ପଠାଯିବାକୁ ନିଷ୍ପତ୍ତି ହୋଇଛି । ସେମାନେ ୨ ତାରିଖ ସକାଳ ସୁଦ୍ଧା ସମସ୍ତ ଅଗ୍ନିଶମ କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି ।

ପ୍ରତି ପ୍ରଭାବିତ ଜିଲ୍ଲାରେ ଜଣେ ଲେଖାଏଁ ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ୨୪ଘଣ୍ଟିଆ କ୍ୟାମ୍ପ ଖୋଲିବାକୁ ଦାୟିତ୍ବ ଦିଆଯାଇଛି । ଏଥି ସହ ଲାଇଟ୍‌, ଜେନେରେଟର, ପାଓ୍ବାର ବୋଟ୍‌, ଅଗ୍ନିଶମ ଗାଡ଼ି, ଡିଜେଲ୍‌ ମହଜୁଦ୍‌ ରଖିବାକୁ ନିର୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ରହି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ଅଗ୍ନିଶମ ଅଧିକାରୀ ।

   Related Posts