Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ବଡ ବଡ କମ୍ପାନୀ ଉପରେ ବାକି ପଡିଛି ୨ ହଜାର ୯୪୯ କୋଟି ୬୬ ଲକ୍ଷ ଟଙ୍କାର ବିଜୁଳି ବିଲ୍

23/11/2019 at 9:26 PM

ଭୁବନେଶ୍ୱର୨୩।୧୧ – ରାଜ୍ୟରେ ବଡ଼ ବଡ଼ କମ୍ପାନୀଗୁଡ଼ିକ ଉପରେ ବାକି ପଡିଛି ୨ ହଜାର ୯୪୯ କୋଟି ୬୬ ଲକ୍ଷ ଟଙ୍କାର ବିଜୁଳି ବିଲ୍ । ସେଥିରୁ ମାମଲା ନଥିବା କମ୍ପାନୀଗୁଡ଼ିକୁ ବିଲ୍ ପୈଠ ଲାଗି ସରକାର ଡିମାଣ୍ଡ ନୋଟିସ୍ ଦେଇଛନ୍ତି । ବିଧାନସଭାରେ ଏ ସଂପର୍କୀତ ପ୍ରଶ୍ନର ଉତ୍ତରରେ ଏମିତି ଉତ୍ତର ରଖିଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ସରକାରଙ୍କ ଏପରି ଉତ୍ତର ଶୁଣି ବିରୋଧୀ ଖପ୍ପା । ସରକାର କେବଳ ଛୋଟ ଛୋଟ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଉପରେ ଦାଉ ସାଧୁଛନ୍ତି । ବିଜୁଳି ବିଲ୍ ବାକିଥିଲେ ଲାଇନ୍ କାଟୁଛନ୍ତି । ହେଲେ କୋଟି କୋଟି ଟଙ୍କା ବାକି ଥିଲେ ବି ଆଦାୟ ଲାଗି ପଦକ୍ଷେପ ନେଉ ନାହାନ୍ତି । ବଡ଼ ମାଛଙ୍କୁ ଛାଡ଼ି ସରକାର ଛୋଟ ମାଛ ପଛରେ ପଡ଼ିଛନ୍ତି ବୋଲି କଟାକ୍ଷ କରିଛନ୍ତି ବିରୋଧୀ ।

 ଜବାବରେ ସରକାରୀ ଦଳ ସଦସ୍ୟ କହିଛନ୍ତି ,ସରକାର ବାକି ଟଙ୍କା ଆଦାୟ ଲାଗି ପଦକ୍ଷେପ ନେଉଛନ୍ତି । କୋର୍ଟ କଚେରୀରେ ମାମଲା ଚାଲିଥିବାରୁ ଅନେକାଂଶରେ ବାଧା ସୃଷ୍ଟି ହେଉଛି ।…   

   Related Posts