ଗିଲିଡ୍ ଔଷଧ ସେବନ ପରେ ଦୁଇ ତୃତୀୟାଂଶ ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥାରେ ଆସିଛି ସୁଧାର: NJEM

Published By : Prameya-News7 Bureau | April 11, 2020 IST

ନୂଆଦିଲ୍ଲୀ ୧୧।୦୪: ଦୁଇ ତୃତୀୟାଂଶରୁ ଅଧିକ ଗୁରୁତର ଅସୁସ୍ଥ କୋଭିଡ୍ ୧୯ ରୋଗୀ ରିମଡେସିଭର ସହିତ ଚିକିତ୍ସା ପରେ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ସୁଧୁରିଥିବାର ଦେଖିବାକୁ ମିଳିଛି। ରୋଗୀର ପର୍ଯ୍ୟବେକ୍ଷଣ ଉପରେ ଆଧାରିତ ନୂତନ ତଥ୍ୟ ଅନୁଯାୟୀ ଗିଲିଆଡ୍ ସାଇନ୍ସ ଇନକର୍ସ (GILD.O) ଦ୍ୱାରା ଏକ ପରୀକ୍ଷାମୂଳକ ଔଷଧ ପ୍ରସ୍ତୁତ କରାଯାଇଥିଲା।

ଦ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ ମେଡିସିନ(NJEM)ର ବିଶ୍ଳେଷଣ ରିପୋର୍ଟ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ କରାଯାଇ ନାହିଁ ଯେ, ହସ୍ପିଟାଲରେ ଭର୍ତ୍ତି ୬୧ ରୋଗୀଙ୍କୁ କେଉଁ ଉପଚାର ଦିଆଯାଇଥିଲା ଏବଂ ସେମାନଙ୍କର ସ୍ଵାସ୍ଥ୍ୟବସ୍ଥାରେ କେମିତି ସୁଧାର ଆସିଲା ଏବଂ ସେଥି ମଧ୍ୟରୁ ୮ ଜଣଙ୍କ ତଥ୍ୟ ମଧ୍ୟ ସାମିଲ ନାହିଁ। ଏହା ତ୍ରୁଟି ହୋଇଥାଇପାରେ  ବୋଲି କୁହାଯାଇଛି।

ରିପୋର୍ଟର ଲେଖକ ଏହି ନିଷ୍କର୍କକୁ ଆଶାବାଦୀ କହିଛନ୍ତି, ମାତ୍ର ଚେତାବନୀ ଦେଇଛନ୍ତି ଯେ କରୋନା ସ୍ଥିତିର ପରିଣାମ ବ୍ୟାଖ୍ୟା କରିବା ମୁସ୍କିଲ କାରଣ ସେମାନେ ସେମାନେ ଏକ ନିୟନ୍ତ୍ରଣ ଗୋଷ୍ଠୀ ସହିତ ତୁଳନା କରନ୍ତି ନାହିଁ, ଯେପରି ଏକ ରାଣ୍ଡୋମାଇଜଡ୍ କ୍ଲିନିକାଲ୍ ପରୀକ୍ଷଣରେ ହେବ। ଏଥିସହ, ରୋଗୀ ସଂଖ୍ୟା ଛୋଟ ଥିଲା, ପ୍ରକାଶିତ ବିବରଣୀଗୁଡିକ ସୀମିତ ଥିଲା ଏବଂ ଅନୁସରଣ ସମୟ ଅପେକ୍ଷାକୃତ ସ୍ୱଳ୍ପ ଥିଲା।

ବର୍ତ୍ତମାନ କୋଭିଡ୍-୧୯ ପାଇଁ କୌଣସି ସ୍ଵୀକୃତିପ୍ରାପ୍ତ ଉପଚାର କିମ୍ବା ନିବାରକ ଟୀକା ନାହିଁ। ଶ୍ଵସନ ସମ୍ବନ୍ଧିତ ରୋଗ ଯାହା କରୋନା ଭାଇରସ୍‌ର କାରଣ ହୋଇଥାଏ, ଯାହା ସମଗ୍ର ଦୁନିଆରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଛି।

ଗତ ମାସରେ ଗିଲିୟଡ୍ ରିମଡେସିଭର୍ ପାଇଁ କରୋନା ଉପଯୋଗୀ  ପ୍ରୋଗ୍ରାମକୁ ତୀବ୍ର ସୀମିତ କରିଥିଲା ଏବଂ ଆଣ୍ଟିଭାଇରାଲ୍ ଔଷଧ ନିଜସ୍ୱ କ୍ଲିନିକାଲ୍ ପରୀକ୍ଷା କରୁଛି, ଯାହାର ଫଳାଫଳ ଆସନ୍ତା ସପ୍ତାହରେ ଆସିବ ବୋଲି ଆଶା କରାଯାଉଛି। ଚାଇନାର ଅନୁସନ୍ଧାନକାରୀମାନେ ତଥା ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ ମଧ୍ୟ କୋଭିଡ୍-୧୯ ରୋଗୀଙ୍କ ମଧ୍ୟରେ ଏହି ଔଷଧର ପରୀକ୍ଷା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.