Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

କେବୁଲ ତାର ଚୋରୀ କରି ଧରାପଡିଲେ ଦୁଇ ଲୁଟେରା

24/08/2019 at 3:44 PM

ବାଙ୍କୀ ୨୪|୮: ବାଙ୍କୀ ସୁବର୍ଣ୍ଣପୁର ଫାଣ୍ଡି ନିକଟରେ ଗୁପ୍ତା କମ୍ପାନୀ ସ୍ଥାନୀୟ ଅଂଚଳରେ ଇଲେକ୍ଟ୍ରି କେବୁଲ ସଂଯୋଗ କରିବା ପାଇଁ କ୍ୟାମ୍ପ୍ ପକାଇ ରହିଥିବାବେଳେ ଆଜି ସେହି କ୍ୟାମ୍ପରୁ କେବୁଲ ତାର ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ୧୫ରୁ ଅଧିକ ଲୁଟେରା ଏକ ୪୦୭ ଟ୍ରକରେ ଆସି କେବୁଲ ତାର ଲୁଟ୍ କରୁଥିବାବେଳେ ଧରା ପଡିଲେ ଦୁଇ ଲୁଟେରା ସ୍ଥାନୀୟ ଗ୍ରୁପ୍ କମ୍ପାନୀର ଜଗୁଆଳିଙ୍କ ହାତରେ  । ଲକ୍ଷାଧିକ ଟଙ୍କାର କେବୁଲ ତାର ଚୋରୀ ହୋଇଥିବାବେଳେ ବହୁ ଟଙ୍କାର କେବୁଲ ତାର ଜବତ ହୋଇଛି ।

ସେପଟେ ଅନ୍ୟ ଲୁଟେରାଙ୍କ ନାଁରେ ସୁବର୍ଣ୍ଣପୁର ଫାଣ୍ଡିରେ ଏତଲା ଦିଆହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ  । ପୋଲିସ ପାଟ୍ରୋଲିଂ ହେଉନଥିବାରୁ ଏହି ଅଂଚଳରେ ଚୋରି ବୃଦ୍ଧି ପାଉଥିବା ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଦୁଇ ଲୁଟେରାଙ୍କୁ ଧରି ନିର୍ଧୁମ ପିଟିଛନ୍ତି ଗୁପ୍ତା କମ୍ପାନୀ କର୍ମଚାରୀ । ପରେ ଫାଣ୍ଡିକୁ କଲେ ହସ୍ତାନ୍ତର । ଏବେ ପୋଲିସର ତନାଘନା ଜାରି ରଖିଛି । ଚୋର ଗ୍ୟାଙ୍ଗ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ ।

   Related Posts