ଶ୍ରୀନଗରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ; ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ମୃତ

Published By : Prameya-News7 Bureau | October 24, 2018 IST

ଶ୍ରୀନଗର ୨୪|୧୦: ଜମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ସୂଚନା ଅନୁସାରେ, ଶ୍ରୀନଗର ନୌଗାମର ସୁଥୁ ନିକଟରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ୨ ଆତଙ୍କବାଦୀଙ୍କ ମୃତଦେହ ସୁରକ୍ଷାକର୍ମୀମାନେ ଜବତ କରିନେଇଛନ୍ତି । ଗୁଳିବିନିମୟ ଫଳରେ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍ ସେବା କୁ ବନ୍ଦ ରଖାଯାଇଛି । ଏହାପରେ ସେନା ପକ୍ଷରୁ ଜୋରଦାର କମ୍ବିଂ ଅପରେସନ ଜାରି ରହିଛି । ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ସ୍ଥାନୀୟ ଲୋକ ମଧ୍ୟ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଆତଙ୍କବାଦୀଙ୍କୁ ସରକ୍ଷା ଦେବା ପାଇଁ ଲୋକମାନେ ପଥର ମାଡ ମଧ୍ୟ କରିଥିଲେ । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସେହିଭଳି ମଙ୍ଗଳବାର ଦିନ ଆର୍ମି କ୍ୟାମ୍ପ୍‌ରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିଲେ । ବିସ୍ଫୋରଣ କେମିତି ହେଲା ତାର ଯାଞ୍ଚ ଚାଲିଛି । ସେହିଦିନ ଗୃହମନ୍ତ୍ରୀ ରାଜନାଥ ସିଂହ ଜମ୍ମୁକାଶ୍ମୀରରେ ଉପସ୍ଥିତ ଥିଲେ । ସେହିଭଳି ୨୧ ତାରିଖରେ କୁଲଗାମ୍ ରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଗୁଳିବିନିମୟରେ ୨ ଜଣ ଯବାନ ଆହତ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.