ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
25/04/2020 at 8:21 AM

ଶ୍ରୀନଗର ୨୫।୦୪: ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ସଫଳ ମିଳିଛି। ଜାମ୍ମୁ-କାଶ୍ମରୀର ପୁଲୱାମା ଜିଲ୍ଲାର ଅବନ୍ତୀପୋରାରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଆତଙ୍କବାଦୀଙ୍କ ଜଣେ ସାହାଯ୍ୟକାରୀ ମଧ୍ୟ ନିହତ ହୋଇଛନ୍ତି। ଏନକାଉଣ୍ଟର ହୋଇଥିବା ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ପୁଲୱାମା ଜିଲ୍ଲାର ଅବନ୍ତୀପୋରାରେ କିଛି ଆତଙ୍କବାଦୀ ଲୁଚି ପୋଲିସ ଓ ସେନାବାହିନୀଙ୍କୁ ଖବର ମିଳିଥିଲା । ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ମାତ୍ରେ ସେନା ସ୍ଥାନୀୟ ପୋଲିସ ସହାୟତାରେ ସ୍ଥାନୀୟ ଅଞ୍ଚଳକୁ ଘେରି ଯାଇଥିଲେ ।
ତେବେ ସେନା ଅଞ୍ଚଳକୁ ଘେରିବା ଦେଖି ଆତଙ୍କବାଦୀମାନେ ଗୁଳିଚାଳନା ଆରମ୍ଭ କରିଥିଲେ । ଉଭୟ ସେନା ଓ ଆତଙ୍କବାଦୀ ମଧ୍ୟରେ କିଛି ସମୟ ଧରି ଗୁଳିବିନିମୟ ଚାଲିରହିଥିଲା । ଶେଷରେ ସୁରକ୍ଷାକର୍ମୀଙ୍କୁ ଗୁଳିରେ ଦୁଇଜଣ ଆତଙ୍କବାଦୀ ଟଳି ପଡିଥିବା ଖବର ମିଳିଛି । ତେବେ ଦୁଇଜଣ ଆତଙ୍କବାଦୀ ନିହତ ହେବା ସହ ଜଣେ ଆତଙ୍କବାଦୀଙ୍କୁ ସହାୟତା କାରୀ ନିହତ ହୋଇଛି । ସେହିପରି ସ୍ଥାନୀୟ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରି ପୂରା ଅଞ୍ଚଳକୁ ସେନା ଘେରି ରଖିଛି । ଏବଂ ସର୍ଚ୍ଚ ଅପରେସନ ଜାରି ରଖିଛି ।

ତେବେ ଗୋଟିଏ ପଟେ ଦେଶରେ କରୋନା ଲାଗି ଲକ୍ଡାଉନ୍ ଜାରି ରହିଥିବା ବେଳେ ଆତଙ୍କବାଦୀମାନେ ଦେଶରେ ଅରାଜକତା ସୃଷ୍ଟି କରିବାକୁୁ ଉଦ୍ୟମ ଚଳାଇଛନ୍ତି । ବିଭିନ୍ନ ଉପାୟରେ ଦେଶର କିଛି ବଡଧରଣର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । କିନ୍ତୁ ଆମ ଦେଶର ସେନାବାହିନୀଙ୍କ ଦ୍ବାରା ଆତଙ୍କବାଦୀଙ୍କ ସମସ୍ତ ଯୋଜନାକୁ ପଣ୍ଡ କରିଦିଆଯାଉଛି । ଗତ କିଛି ଦିନ ମଧ୍ୟରେ ପାଖାପାଖ୍ ୧୦ଜଣରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।