କୁପଓ୍ବାଡାରେ ଏନକାଉଣ୍ଟର ; ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

Published By : Prameya-News7 Bureau | March 01, 2019 IST

ଶ୍ରୀନଗର ୧|୩: ଜମ୍ମୁକାଶ୍ମୀରର କୁପୱାଡା ଜିଲ୍ଲାର ହୱାଡାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛି । ମୃତ ଆତଙ୍କବାଦୀଙ୍କ ମୃତଦେହ ଆଜି ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି ରାତି ପ୍ରାୟ ୯ଟାରୁ କୁପୱାଡା ଜିଲ୍ଲାର ହୱାଡାରେ ୨୨ଆରଆର, ୯୨ ବାଟାଲିଆନ୍ ସିଆରପିଏଫ୍ ଓ ଏସଓଜି ଯବାନ ସର୍ଚ୍ଚ ଅପରେସନ ଜାରି ରଖିଥିଲେ । ସେହି ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀ ମଧ୍ୟ ତାହାର କଡା ଜବାବ ଦେଇଥିଲେ । ପୂର୍ବରୁ ୨୭ ଫେବୃୟାରୀରେ ଦକ୍ଷିଣ କଶ୍ମୀରର ସୋପିଆ ଜିଲ୍ଲାରେ ୨ ଜଣ ଆତଙ୍କବାଦୀଙ୍କୁ ନିପାତ କରି ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଥିଲା ସେନାବାହିନୀ । ସେପଟେ କୁପୱାଡାର ହିନ୍ଦୱାଡାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳିବିନିମୟ ଜାରି ରହିଛି ।

ଆଜି ପୁଣି ପୁଂଚ ଓ ଉରି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ବାରମ୍ବାର ଭାରତୀୟ ସୀମା ଉପରକୁ ଗୁଳିମାଡ କରୁଛି ପାକିସ୍ତାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.